ଆଇପିଏଲ ପୂର୍ବରୁ ମହାକାଳଙ୍କୁ ଦର୍ଶନ କଲେ କେଏଲ ରାହୁଲ, ପତ୍ନୀ ଓ ପିଲା ପାଇଁ କଲେ ପ୍ରାର୍ଥନା

IPL ୨୦୨୫ ଆରମ୍ଭ ହେବା ପୂର୍ବରୁ ମହାକାଳଙ୍କ ଶରଣରେ କେଏଲ ରାହୁଲ । ଉଜ୍ଜୈନ ସ୍ଥିତ ମହାକାଳ ମନ୍ଦିରରେ ଦର୍ଶନ ପାଇଁ ପହଞ୍ଚିଛନ୍ତି କେଏଲ ରାହୁଲ । କେଏଲ ରାହୁଲ ମହାକାଳ ମନ୍ଦିରରେ ପହଞ୍ଚି ଚାନ୍ଦି ଦ୍ବାରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ପରେ ଆଶୀର୍ବାଦ ନେଇଛନ୍ତି । ଏଥର କେଏଲ ରାହୁଲ ଆଇପିଏଲରେ ନୂଆ ଟିମରେ ଖେଳିବେ । ଆଉ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି । ତେଣୁ ନିଜ ପତ୍ନୀ ଏବଂ ପିଲା ପାଇଁ ପ୍ରାର୍ଥନା କରିବାକୁ ଯାଇଛନ୍ତି ।
କେଏଲ ରାହୁଲ ମହାକାଳଙ୍କୁ ଚାନ୍ଦି ଦ୍ବାରରେ ଦର୍ଶନ କରିଛନ୍ତି । ମଥାରେ ତିଳକ ଲଗାଇ ବେକରେ ମାଳା ପିନ୍ଧିଛନ୍ତି । ଏହାପରେ ନନ୍ଦୀ ହିଲ୍ସ ପହଞ୍ଚି ନନ୍ଦୀଙ୍କ କାନରେ ମନୋସ୍କାମନା କରିଛନ୍ତି । କେଏଲ ରାହୁଲ ବାପା ହେବାକୁ ଯାଉଛନ୍ତି । ପତ୍ନୀ ଆର୍ଥିଆ ସେଟ୍ଟୀ ଗର୍ଭବତୀ ରହିଛନ୍ତି । କେଏଲ ରାହୁଲ ଭଗବାନ ଶିବଙ୍କ ପାଖରେ ହେବାକୁ ଥିବା ପିଲା ଏବଂ ପତ୍ନୀକୁ ନେଇ ମନୋସ୍କାମନା ମାଗିଛନ୍ତି ।
KL Rahul took blessings from Shri Ganesh Ji ahead of IPL 2025 ❤️🙏
– Video of the Day..!!!! pic.twitter.com/zl7g4nni0g
— Janvi rathore (@janvi_rath93336) March 18, 2025
କେଏଲ ରାହୁଲ ପୂର୍ବରୁ ଲକ୍ଷ୍ନୌ ସୁପରଜିଆଣ୍ଟସ ଏବଂ ପଞ୍ଜାବ କିଙ୍ଗସ ପାଇଁ ଅଧିନାୟକତ୍ବ କରିସାରିଛନ୍ତି । ଏଥର ଦିଲ୍ଲୀ କ୍ୟାପିଟାଲ୍ଓ ୧୪ କୋଟି ଟଙ୍କାରେ ନିଲାମୀରେ କିଣିଛି । ତାଙ୍କୁ ଟିମର ଅଧିନାୟକ କରାଯିବ ବୋଲି ଆଶା କରାଯାଉଥିଲା । ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ପକ୍ଷରୁ ଅଧିନାୟକ ପଦ ଅଫର ମଧ୍ୟ କରାଯାଇଥିଲା । କିନ୍ତୁ କେଏଲ ରାହୁଲ ମନା କରିବା ପରେ ଅକ୍ଷର ପଟେଲଙ୍କୁ ଦାୟିତ୍ବ ମିଳିଲା । ଦିଲ୍ଲୀର ଉପ ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ମିଳିଛି ।
ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାର୍ଡ: ଅକ୍ଷର ପଟେଲ(ଅଧିନାୟକ), କରୁଣ ନାୟର, ଜେକ ଫ୍ରେଜର ମେକଗର୍କ, ଫାଫ ଡୁ ପ୍ଲେସିସି, ଟ୍ରିଷ୍ଟନ ଷ୍ଟବ୍ସ, ଅଭିଷେକ ପୋରେଲ, ଡୋନୋବନ ଫରେରା, କେଏଲ ରାହୁଲ, ସମୀର ରିଜୱି, ଆଶୁତୋଷ ଶର୍ମା, ଦର୍ଶନ ନାଲକୋଣ୍ଡ, ଅଜୟ ଯାଦବ ମଣ୍ଡଳ, ବିପ୍ରଜ ନିଗମ, ମନୱନ୍ତ କୁମାର ଏଲ, ତ୍ରିପୁରାନା ବିଜୟ, ମାଧନ ତିୱାରୀ, କୁଲଦୀପ ଯାଦବ, ଦୁଷ୍ମନ୍ଥା ଚମିରା, ମିଶେଲ ଷ୍ଟାର୍କ, ମୋହିତ ଶର୍ମା, ଟି ନଟରାଜକ, ମୁକେଶ କୁମାର ।
Also Read : ଆଇପିଏଲ ୨୦୨୫ : ବଦଳିଲା ଆହତ ଖେଳାଳିଙ୍କ ରିପ୍ଲେସମେଣ୍ଟ ନିୟମ, ୭ରୁ ୧୨ ମ୍ୟାଚକୁ ବୃଦ୍ଧି