IPL ଆରମ୍ଭ ହେବା ପୂର୍ବରୁ ବଡ଼ ଝଟକା, ଅଧିନାୟକ ହେବାକୁ ମନା କରିଦେଲେ କେଏଲ ରାହୁଲ

ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ ଅଧିନାୟକତ୍ୱକୁ ମନା କରିଦେଇଛନ୍ତି କେଏଲ ରାହୁଲ । କେଏଲ ରାହୁଲଙ୍କୁ ୧୪ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ଅଧିନାୟକ ଦାୟିତ୍ବକୁ ମନା କରିଦେଇଛନ୍ତି କେଏଲ ରାହୁଲ । ପୂର୍ବରୁ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଥିଲେ । କିନ୍ତୁ ରିଷଭଙ୍କୁ ଦିଲ୍ଲୀ ରିଲିଜ କରିବା ପରେ କେଏଲ ରାହୁଲଙ୍କୁ ନିଜର ଅଧିନାୟକ କରିବାକୁ ଚୟନ କରିଥିଲା ।

ଖବର ମୁତାବକ, ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକ ହେବା ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାହୁଲ । ଦିଲ୍ଲୀ କ୍ୟାପିଟାଲ୍ ଫ୍ରାଞ୍ଚାଇଜ୍ ରାହୁଲଙ୍କୁ ଅଧିନାୟକତ୍ୱ ପ୍ରସ୍ତାବ ଦେଇଥିଲା, କିନ୍ତୁ ସେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ସେ ଜଣେ ଖେଳାଳି ଭାବେ ଅଧିକ ଧ୍ୟାନ ଦେବାକୁ କହିଛନ୍ତି ।

କେଏଲ୍ ରାହୁଲ ଅଧିନାୟକତ୍ୱ ଗ୍ରହଣ କରିବାକୁ ମନା କରିବା ପରେ ଅକ୍ଷର ପଟେଲ ଦିଲ୍ଲୀ ଫ୍ରାଞ୍ଚାଇଜ୍ ଦାୟିତ୍ୱ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି । ତେବେ କିଏ ଅଧିନାୟକ ହେବ ତାହା ଏଯାଏଁ ଜଣାପଡିନାହିଁ । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ ରିଷଭ ପନ୍ତ । କିନ୍ତୁ ଚଳିତବର୍ଷ ଆଇପିଏଲ ମେଗା ଅକ୍ସନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ରିଲିଜ କରିଥିଲା । ଏହାପରେ ମେଗା ଅକ୍ସନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ରିଷଭ ପନ୍ତଙ୍କୁ କିଣିଥିଲା ।

Also Read : ରିଷଭ ପନ୍ତଙ୍କ ଘରେ ବିବାହ ଉତ୍ସବରେ ପହଞ୍ଚିଲେ ଧୋନି ଏବଂ ରାଇନା, କଲେ ଜବରଦସ୍ତ ଡ୍ୟାନ୍ସ