ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ସାଇବାବାଙ୍କୁ ଦର୍ଶନ ପାଇଁ ମନ୍ଦିର ପହଞ୍ଚିଲେ କେଏଲ ରାହୁଲ, କୁନି ଫ୍ୟାନ୍‌ଙ୍କୁ ଦେଲେ ଅଟୋଗ୍ରାଫ

ନାଗପୁର ଟେଷ୍ଟ ପୂର୍ବରୁ ସାଇବାବା ମନ୍ଦିରକୁ ଦର୍ଶନ ଏବଂ ଆଶୀର୍ବାଦ ପାଇଁ ପହଞ୍ଚିଲେ ଉପଅଧିନାୟକ କେଏଲ୍‌ ରାହୁଲ । ବିବାହ ପରେ ଟେଷ୍ଟ ମ୍ୟାଚରେ ମଇଦାନକୁ ଫେରିଛନ୍ତି କେଏଲ ରାହୁଲ । WTC ଫାଇନାଲରେ ଶୀର୍ଷ ସ୍ଥାନ ବଜାୟ ରଖିବା ପାଇଁ ଭାରତ ଏହି ଟେଷ୍ଟ ସିରିଜ ଜିତିବା ଜରୁରୀ ।

ଆସନ୍ତାକାଲିରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେଉଛି । ୪ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ନାଗପୁରରେ ଖେଳାଯିବ । ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ସ୍ଥାନ ବଜାୟ ରଖିବା ପାଇଁ ଭାରତ ଏହି ସିରିଜ ଜିତିବା ଆବଶ୍ୟକ । ତେଣୁ ଏହାପୂର୍ବରୁ ମନ୍ଦିର ଯାଇ କେଏଲ ରାହୁଲ ପ୍ରାର୍ଥନା କରିଛନ୍ତି । ବିବାହ ପରେ ପ୍ରଥମ ଥର ପାଇଁ କେଏଲ୍‌ ରାହୁଲ ଏହି ସିରିଜରେ ଟିମ୍‌କୁ ଫେରୁଛନ୍ତି ।

କେଏଲ ରାହୁଲ ଏଥିପାଇଁ ନାଗପୁରରେ ଥିବା ପ୍ରସିଦ୍ଧ ସାଇବାବା ମନ୍ଦିରକୁ ଦର୍ଶନ କରିବାକୁ ଯାଇ ଆଶୀର୍ବାଦ ନେଇଛନ୍ତି । ଆଉ ଏହି ସମୟରେ ରାହୁଲଙ୍କ ଫ୍ୟାନ୍ସ ମନ୍ଦିର ବାହାରେ ଅପେକ୍ଷା କରିଥିଲେ । ଆଉ ମନ୍ଦିରରୁ ବାହାରି ରାହୁଲ ଜଣେ କୁନି ଫ୍ୟାନଙ୍କୁ ଅଟୋଗ୍ରାଫ ପାଇଁ ହାତରେ ବ୍ୟାଟ୍‌ ଧରିଥିଲେ । ଆଉ ରାହୁଲ କୁନି ଫ୍ୟାନ୍‌ ବ୍ୟାଟରେ ଅଟୋଗ୍ରାଫ ଦେଇଥିଲେ । ସାଇବାବା ମନ୍ଦିରରେ ଦର୍ଶନ ପରେ ଆଶୀର୍ବାଦ ନେଇଥିଲେ କେଏଲ ରାହୁଲ । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ତେବେ ନାଗପୁର ଟେଷ୍ଟ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କେଏଲ ରାହୁଲ କହିଛନ୍ତି, ଯଦି ଟିମର ମଧ୍ୟକ୍ରମରେ ଶୁଭମନ ଗିଲ୍‌ ସହିତ ଟିମ ତାଙ୍କୁ ବ୍ୟାଟିଂ କରିବାକୁ ପଡେ, ତେବେ ସେ ସଂପୂର୍ଣ୍ଣଭାବେ ପ୍ରସ୍ତୁତ ରହିଛନ୍ତି । ଯଦି ଟିମ୍‌ ଚାହିଁବ ମଧ୍ୟକ୍ରମରେ ବ୍ୟାଟିଂ କରେ, ତେବେ ମୁଁ ପ୍ରସ୍ତୁତ ରହିଛି ।

୨୦୧୭ରେ ଅଷ୍ଟ୍ରେଲିଆ ଭାରତ ଗସ୍ତ କରିଥିଲା। ସେତେବେଳେ କେଏଲ ରାହୁଲ ଭଲ ଫର୍ମରେ ଥିଲେ । ସେ ସିରିଜରେ ୩୭୩ ରନ୍‌ କରିଥିଲେ । ଯେଉଁଥିରେ ୬ ଥର ଅର୍ଦ୍ଧଶତକରୁ ଅଧିକ ସ୍କୋର କରିଥିଲେ । ରାହୁଲ ଏଥର ମଧ୍ୟ ସେଭଳି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି। ବାଂଲାଦେଶ ବିପକ୍ଷରେ ଭାରତ ଖେଳିଥିବା ଟେଷ୍ଟ ସିରିଜରେ ରାହୁଲ ବେଶ୍‌ କିଛି ଭଲ କରିନଥିଲେ । ୨ଟି ମ୍ୟାଚରେ ମାତ୍ର ୫୭ ରନ୍‌ କରିଥିଲେ କେଏଲ ରାହୁଲ । ତେବେ ଏହି ମ୍ୟାଚରେ ଭଲ କରିପାରନ୍ତି ବୋଲି ରାହୁଲଙ୍କ ଫ୍ୟାନ୍ସ ଆଶା ରଖିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ଭାରତ ଟିମ୍‌ : ରୋହିତ ଶର୍ମା, କେଏଲ ରାହୁଲ, ଶୁଭମନ ଗିଲ୍‌, ପୁଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ଆର.ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ, ସୂର୍ଯ୍ୟକୁମାର ଯାଦବ ।

ପ୍ରଥମ ଟେଷ୍ଟ : ୯ରୁ ୧୩ ଫେବୃଆରୀ, ନାଗପୁର

ଦ୍ୱିତୀୟ ଟେଷ୍ଟ : ୧୭ରୁ ୨୧ ଫେବୃଆରୀ, ଦିଲ୍ଲୀ

ତୃତୀୟ ଟେଷ୍ଟ : ୧ରୁ ୫ ମାର୍ଚ୍ଚ, ଧର୍ମଶାଳା

ଚତୁର୍ଥ ଟେଷ୍ଟ : ୯ରୁ ୧୩ ମାର୍ଚ୍ଚ, ଅହମଦାବାଦ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.