ଆଇପିଏଲରେ ସୁପର ଓଭରର ଇତିହାସ, କେତେଥର ହୋଇଛି ଓ କିଏ ଅଧିକ ଜିତିଛି ଜାଣନ୍ତୁ

ଚଳିତ ଆଇପିଏଲ୍-୨୦୨୫ର ପ୍ରଥମ ସୁପର ଓଭର ଖେଳ ହୋଇଥିଲା । ଗତକାଲି ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଥିଲା ।

ଏପର୍ଯ୍ୟନ୍ତ ଆଇପିଏଲ୍ ଇତିହାସରେ ମୋଟ ୧୫ ଥର ସୁପର ଓଭର ହୋଇଛି । ଏଥିରୁ ପୂର୍ବତନ ଦିଲ୍ଲୀ ଡେୟାର ଡେଭିଲ୍ସ ଦଳ ୫ଥର ସୁପର ଓଭର ଖେଳିଛି । ତେବେ ମୁମ୍ବାଇ ଇଣ୍ଡିଆନ୍ସର ସୁପର ଓଭରରେ ବିଜୟ ରେକର୍ଡ଼ ଭଲ । ଏହି ଦଳ ୫ଥର ଖେଳି ୪ଥର ବିଜୟୀ ହୋଇଛି । କୋଲକାତା ନାଇଟ୍ ରାଇଡର୍ସ ୪ ଥର ସୁପର ଓଭର ଖେଳି ତିନିଥର ହାରିଛି ।

ଗତକାଲି ମ୍ୟାଚରେ ଦିଲ୍ଲୀ ହାରୁ ହାରୁ ବାଜି ପଲଟି ଗଲା । ଆଉ ସ୍କୋର ସମାନ ହେବା ଯୋଗୁଁ ଫଳାଫଳ ନିର୍ଣ୍ଣୟ ପାଇଁ ଖେଳ ସୁପର ଓଭରକୁ ଯାଇଥିଲା । ଯେଉଁଥିରେ ଦିଲ୍ଲୀ କ୍ୟାପିଟାଲ୍ସ ବାଜି ମାରି ନେଲା । ଏଥର ଦୀର୍ଘ ୪ ବର୍ଷ ପରେ ସୁପର ଓଭରକୁ ଯାଇଛି ଆଇପିଏଲର ମ୍ୟାଚ୍ ।