ମଙ୍କିଗେଟ୍‌ ଠାରୁ ନେଇ ମଦ ପିଇ ବୋବାଲ କରିବା ପର୍ଯ୍ୟନ୍ତ, ଜାଣନ୍ତୁ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ କ୍ୟାରିୟରର ପାଞ୍ଚ ବଡ ବିବାଦ

ଆଉ ନାହାଁନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଆଣ୍ଡ୍ର୍ୟୁ ସାଇମଣ୍ଡସ୍ । କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ସେ। ସାଇମଣ୍ଡସଙ୍କ ମୃତ୍ୟୁକୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଶନିବାର ରାତିରେ ଟାଉନ୍ସଭିଲରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ କାରରେ ସାଇମଣ୍ଡସ ଏକା ଥିଲେ। ସେ ନିଜେ କାର୍ ଚଲାଉଥିଲେ। କାର୍ଟି ରାସ୍ତାରୁ ଖସି ଓଲଟି ପଡ଼ିଥିଲା। ସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା।

ନିଜର ପୂରା କ୍ରିକେଟ କ୍ୟାରିୟର ସମୟରେ ସେ ବିବାଦ ଘେରରେ ଫସି ରହିଥିଲେ। ସେ ଭଲ ବଲର ଏବଂ ବ୍ୟାଟ୍ସମ୍ୟାନ୍‌ ହେବା ସହିତ ବହୁତ ଭଲ ଫିଲଡର ମଧ୍ୟ ଥିଲେ। ଏହି କାରଣରୁ ଅଷ୍ଟ୍ରେଲିୟା ଟିମରେ ତାଙ୍କୁ ସ୍ଥାନ ଦିଆଯାଇଥିଲା। କିନ୍ତୁ ସମୟ ପୂର୍ବରୁ ତାଙ୍କ କ୍ୟାରିୟର ଶେଷ ହୋଇଯାଇଥିଲା। କାହିଁକିା ବିବାଦ ତାଙ୍କର ପିଛା ଛାଡିନଥିଲା। ତେବେ ଆସନ୍ତୁ ନଜର ପକାଇବା ତାଙ୍କ କ୍ୟାରିୟରର କିଛି ବଡ ବଡ ବିବାଦ ବିଷୟରେ।

saimondଆଣ୍ଡ୍ର୍ୟୁ ୨୦୦୮ରେ ସିଡନୀରେ ଭାରତ ବିପକ୍ଷରେ କ୍ୟାରିୟରର ଶ୍ରେଷ୍ଠ ୧୬୨ ସ୍କୋର କରିଥିଲେ। କିନ୍ତୁ ଏହା ତାଙ୍କର ଏକ ବିବାଦୀୟ ମୁହୂର୍ତ୍ତ ଥିଲା। ଏହି ମ୍ୟାଚରେ ହରଭଜନ ସିଂହ ଓ ଆଣ୍ଡ୍ର୍ୟୁ ମୁହାଁମୁହିଁ ହୋଇଥିଲେ। ଆଉ ଦୁଇଜଣଙ୍କ ଭିତରେ ବହୁତ ବଡ ଧରଣର ଯୁକ୍ତି ତର୍କ ହୋଇଥିଲା। ସାଇମଣ୍ଡସ ହରଭଜନ ସିଂହଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେ ଭଜି ତାଙ୍କୁ ବନ୍ଦର ବୋଲି କହିଥିଲେ। ଏହାପରେ ହରଭଜନ ସିଂହଙ୍କ ବିରୁଦ୍ଧରେ ଅଫିସିଆଲ ଭାବେ ଅଭିଯୋଗ ରୁଜୁ କରାଯାଇଥିଲା। ଶୁଣାଣୀରେ ହରଭଜନ ସିଂହ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ତିନିଟି େଷ୍ଟେ ମ୍ୟାଚରୁ ବ୍ୟାନ କରିଦିଆଯାଇଥିଲା। ଏହାପରେ କୋର୍ଟରେ ମାମଲାର ଶୁଣାଣୀ ହୋଇଥିଲା ଏବଂ ତାଙ୍କ ଉପରୁ ସବୁ ଅଭିଯୋଗ ହଟାଇ ଦିଆଯାଇଥିଲା। ଏବଂ ଶେଷରେ ତାଙ୍କୁ ମ୍ୟାଚରୁ ୫୦ ପ୍ରତିଶତ ଜରିମାନା ଦେବାକୁ ପଡିଥିଲା।

୨୦୦୫ରେ ସେ ମଦ୍ୟପାନ କରି ନିଲମ୍ବିତ ହୋଇଥିଲେ। ବର୍ଷ ୨୦୦୮ରେ ସାଇମଣ୍ଡସଙ୍କ ଉପରେ ପବରେ ମାରପିଟ୍‌ କରିବାର ଅଭିଯୋଗ ଲାଗିଥିଲା। ଜଣେ ଫ୍ୟାନ ତାଙ୍କୁ ଆଲିଙ୍ଗନ କରି ଫଟୋ ଉଠାଇବାକୁ ଚାହିଁଥିଲେ ଏଥିରେ ସାଇମଣ୍ଡସ ରାଗିଯାଇଥିଲେ ଏବଂ ସାଇମଣ୍ଡସ ସେହି ବ୍ୟକ୍ତିଙ୍କୁ ପବରେ ମାଡ ପିଟ୍‌ ବି ମାରିଥିଲେ।

saimond୨୦୦୮ରେ ଆଉ ଏକ ଘଟଣା ବି ତାଙ୍କୁ ବିବାଦ ଘେରକୁ ଟାଣି ନେଇଥିଲା। ଟିମର ବହୁତ ଗୁରୁତ୍ୱପୂର୍ଣ୍ଣ ମିଟିଙ୍ଗ ଚାଲୁଥିବାବେଳେ ସାଇମଣ୍ଡସ ଉକ୍ତ ମିଟିଙ୍ଗରେ ଉପସ୍ଥିତ ନଥିଲେ। ସେ ସେହି ସମୟରେ ମାଛ ଧରିବାରେ ବ୍ୟସ୍ତ ଥିଲେ। ଯାହାପରେ ଡାରୱିନ୍ ଫିସିଂ ମାମଲାରେ ଛନ୍ଦି ହୋଇ ଆଣ୍ଡ୍ର୍ୟୁଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବନ୍ଦ ହୋଇଯାଇଥିଲା।

୨୦୦୯ର ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଆଣ୍ତ୍ର୍ୟୁ ସାଇମଣ୍ଡ୍ସ ଦଳରୁ ବିଦା କରାଯାଇଥିଲା। ଦଳର ଡ୍ରିଙ୍କସ୍ ନିୟମ ଭାଙ୍ଗିବା ଅଭିଯୋଗରେ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କର ଚୁକ୍ତି ବାତିଲ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.