କ୍ରୀଡା

ପ୍ରଥମ ଥର ପାଇଁ ପ୍ରେମିକାଙ୍କ ସହ ସର୍ବ ସମ୍ମୁଖକୁ ଆସୁଛନ୍ତି ଧାବିକା ଦୂତି ଚାନ୍ଦ, ‘କାଦମ୍ବିନୀ’ ସହ ସେୟାର କଲେ ନିଜ ପ୍ରେମ କାହାଣୀ

ନିଜ ସାଥୀଙ୍କୁ ନେଇ ପ୍ରଥମ ଥର ପାଇଁ ସାମ୍ନାକୁ ଆସୁଛନ୍ତି ଧାବିକା ଦୂତି ଚାନ୍ଦ। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ନିଜ ଜୀବନ ସାଥୀ ମୋନାଲିସାଙ୍କୁ ସେ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ପାରିବାରିକ ପତ୍ରିକା ‘କାଦମ୍ବିନୀ’ରେ ନିଜ ପ୍ରେମ କାହାଣୀକୁ ନେଇ ମୁହଁ ଖୋଲିଛନ୍ତି ଦୂତି। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଦୂତି ଏଥରକ ଖୋଲାଖୋଲି ଭାବେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଭାଲେଣ୍ଟାଇନ୍‌ ଡେ’ ଅବସରରେ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପ୍ରଚ୍ଛଦ ପୃଷ୍ଠାରେ ନଜର ଆସିବେ ଦୂତି ଓ ତାଙ୍କ ପ୍ରେମିକା ମୋନାଲିସା। କାଦମ୍ବିନୀର ସମ୍ପାଦିକା ଡକ୍ଟର ଇତି ସାମନ୍ତଙ୍କ ସହ ଆଲୋଚନା ବେଳେ ଦୂତି ନିଜ ମନ କଥା ସେୟାର କରିଛନ୍ତି।

Image Credit: Kadambini Media

ଦୂତି କହିଛନ୍ତି, ପ୍ରେମର ପରିଭାଷା ଏକ। ପ୍ରେମ ଦେଖେନି ରଙ୍ଗ, ରୂପ କି ଲିଙ୍ଗ। ଏଣୁ ଅନ୍ୟ ସବୁ ପ୍ରେମ ଭଳି ସମଲିଙ୍ଗୀ ପ୍ରେମର ପରିଭାଷା ବି ସମାନ। କେବଳ ମଣିଷର ଦୃଷ୍ଟି ଭଙ୍ଗୀ ଭିନ୍ନ। ଲୋକମାନଙ୍କର ନାନା କଥା ତାଙ୍କ ପ୍ରେମକୁ ଦୁର୍ବଳ କରିପାରିନାହିଁ କି କରି ବି ପାରିବନି। ସବୁ ପରିସ୍ଥିତିରେ ସେ ମୋନାଲିସାଙ୍କ ପ୍ରତି ନିଜ ଭଲ ପାଇବାକୁ ବଜାୟ ରଖିବେ। ତାଙ୍କ ପ୍ରେମ ଶାଶ୍ୱତ ଓ ଚିରନ୍ତନ, ଯାହା ଶେଷ ନିଃଶ୍ୱାସ ଯାଏଁ ସେ ବଜାୟ ରଖିବେ ବୋଲି କହିଛନ୍ତି ଦୂତି।

Image Credit: Kadambini Media

‘କାଦମ୍ବିନୀ’ ପତ୍ରିକା ପାଇଁ କରିଥିବା ଏହି ଆଲୋଚନା ବେଳେ ଦୂତି ନିଜ ପ୍ରେମ କାହାଣୀ ବି ସେୟାର କରିଛନ୍ତି। ସେ ପ୍ରଥମ ଥର ପାଇଁ ମୋନାଲିସାଙ୍କୁ ନିଜ ଗାଁର ଖୁଦୁରୁକୁଣୀ ପୂଜା ବେଳେ ଭେଟିଥିଲେ ବୋଲି କହିଛନ୍ତି। ସେବେଠାରୁ ଉଭୟଙ୍କର ପରସ୍ପର ପ୍ରତି ଆକର୍ଷଣ ବଢ଼ିଥିଲା। ତା’ ପରେ ସେମାନେ ମୋବାଇଲରେ କଥା ବାର୍ତ୍ତା ଜାରି ରଖିଥିଲେ। କିନ୍ତୁ ବର୍ଷେ ପରେ ନିଜ ପ୍ରେମ ସମ୍ପର୍କରେ ମୁହଁ ଖୋଲି କହିଥିଲେ। ସେବେ ଠାରୁ ଏହି ଯୋଡ଼ି ଏକାଠି ଅଛନ୍ତି ବୋଲି କହିଛନ୍ତି। ସେମାନଙ୍କ ପ୍ରେମ କାହାଣୀ ବିଷୟରେ ଆହୁରି ଅନେକ କଥା ଦେଖିବାକୁ ମିଳିବ ଏଥରକର ‘କାଦମ୍ବିନୀ’ ପତ୍ରିକାରେ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago