କୋଟି କୋଟି ପ୍ରଶଂସକଙ୍କୁ ଶକ୍ତ ଝଟ୍‌କା: ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରୁ ସନ୍ୟାସ ନେଲେ କୋହଲି ଓ ରୋହିତ ଶର୍ମା

ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରୁ ସନ୍ୟାସ । ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ଯାହାକି ତାଙ୍କର କୋଟି କୋଟି ପ୍ରଶଂସକଙ୍କୁ ଶକ୍ତ ଝଟ୍‌କା ଦେଇଛି । ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ରନ୍ ମେସିନ୍ ବିରାଟ କୋହଲି । ନିଜର ଶେଷ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ବପୂର୍ଣ୍ଣ ତଥା ମୁଖ୍ୟ ଭୂମିତା ତୁଲାଇଥିବା କୋହଲି ଶେଷରେ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି, ‘ଏହ ବିଶ୍ବକପ୍‌ ମୋର ଶେଷ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ । ଏବେ ସମୟ ଆସିଛି ନୂଆ ପିଢିକୁ ଆଗକୁ ଛାଡିବାର ।’

ଏପରିକି ରୋହିତ ଶର୍ମା ମଧ୍ୟ ଟି-୨୦କୁ ବାଏ ବାଏ କହିଛନ୍ତି। ରୋହିତ କହିଛନ୍ତି ଯେ ସେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ ଜାରି ରଖିବେ, କିନ୍ତୁ ସେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ଦୂରେଇ ଯିବେ। ଏହା ମୋର ଶେଷ ଟି-୨୦ ମ୍ୟାଚ୍ ମଧ୍ୟ ଥିଲା। ଏହି ଫର୍ମାଟକୁ ବିଦାୟ ଦେବା ପାଇଁ ଏହାଠାରୁ ଭଲ ସମୟ ଆଉ କିଛି ନାହିଁ । ମୁଁ ଏହାର ପ୍ରତ୍ୟେକ ମୁହୂର୍ତ୍ତକୁ ଭଲ ପାଉଛି । ଏହି ଫର୍ମାଟରେ ଖେଳି ମୁଁ ମୋର ଭାରତ କ୍ୟାରିୟର ଆରମ୍ଭ କରିଥିଲି। ଏହା ହିଁ ମୁଁ ଚାହୁଁଥିଲି, ମୁଁ କପ୍ ଜିତିବାକୁ ଚାହୁଁଥିଲି। ଯାହାକୁ ଶବ୍ଦରେ କହିବା ଅତ୍ୟନ୍ତ କଷ୍ଟକର । ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ମୁଁ ମୋ ଜୀବନରେ ଏହି ଟାଇଟଲ ପାଇଁ ବହୁତ ବ୍ୟଗ୍ର ଥିଲି। ଶେଷରେ ସଫଳତା ହାତେଇଥିବାରୁ ଖୁସି ବୋଲି ରୋହିତ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭାରତର ୧୧ ବର୍ଷର ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପରେ ରୋହିତ ବିରାଟ କୋହଲିଙ୍କ ସହ ମିଶି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଶନିବାର ଟି-୨୦ ବିଶ୍ବକପ ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ୭୬ ରନ୍‌ର ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୫୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭବେ ୭୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ୨ଟି ଚୌକା ସାମିଲ ଥିଲା।