ମ୍ଯାଚ ଚାଲିଥିବା ବେଳେ ଅମ୍ପାୟାର ସହିତ ଝଗଡା କଲେ ବିରାଟ, ଭିଡିଓ ଭାଇରଲ

ଗତକାଲି ଏଲିମିନେଟର ମ୍ୟାଚରେ କେକେଆର ବିପକ୍ଷରେ ୪ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି ଆରସିବି । ସୋମବାର ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ଖେଳାଯାଇଥିଲା ଜବରଦସ୍ତ ମ୍ଯାଚ।

ଏହି ସମୟରେ ମ୍ୟାଚ ପାଇଁ ସଂଘର୍ଷ ଚାଲୁଥିବାବେଳେ ଅମ୍ପାୟାରଙ୍କ ଉପରେ ରାଗିଯାଇଥିଲେ ବିରାଟ । କେକେଆର ଇନିଂସର ସପ୍ତମ ଓଭରରେ ଘଟିଥିଲା ଏହି ଘଟଣା । ଏଠାରେ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ତାଙ୍କର ଶେଷ ବଲକୁ ବୋଲିଂ କରିଥିଲେ । ବଲ୍ ସିଧା କେକେଆର ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀଙ୍କ ପ୍ୟାଡରେ ଯାଇ ହିଟ୍ ହୋଇଥିଲା । ଏହାକୁ ଚହଲ ଏବଂ ବାଙ୍ଗାଲୋରର ଅନ୍ୟ ଖେଳାଳିମାନେ ଦୃଢ ଭାବରେ ଆଉଟ ଆବେଦନ କରିଥିଲେ ।

ହେଲେ ଅମ୍ପାୟାର ଏହାକୁ ପ୍ରତ୍ଯାଖ୍ଯାନ କରିଦେଇଥିଲେ । ଏହା ପରେ ବିରାଟ ତୁରନ୍ତ DRS ନେଇଥିଲେ । ପରେ, ଟିଭି ରିପ୍ଲେ ଦେଖିବା ପରେ ଅନ୍ ଫିଲ୍ଡ ଅମ୍ପାୟାର ବିରେନ୍ଦର ଶର୍ମାଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପଡିଥିଲା । ଯାହା ବିରାଟଙ୍କ ପାଇଁ DRS ନେବା ଠିକ୍ ପ୍ରମାଣିତ ହୋଇଥିଲା । ଏହି ନିଷ୍ପତ୍ତି ଆସିବା ମାତ୍ରେ ଅମ୍ପାୟାର ଏବଂ ବିରାଟଙ୍କ ମଧ୍ୟରେ ବିତର୍କ ହୋଇଥିଲା । ଯାହାର ଭିଡିଓ ଏବେ ଭାଇରଲ ହେଉଛି।

Leave A Reply

Your email address will not be published.