IPL‌ରୁ ବିଦା ହେଲା RCB, ପରାଜୟ ପରେ ଫ୍ୟାନ୍‌ଙ୍କ ପାଇଁ ଇମୋସନାଲ ମେସେଜ୍‌ ଲେଖିଲେ କ୍ୟାପଟେନ୍‌ ବିରାଟ କୋହଲି

ଆଇପିଏଲ୍‌ର ରୋମାଞ୍ଚକ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପରେ କୋହଲି ଆରସିବି ଫ୍ୟାନ୍‌ଙ୍କ ପାଇଁ ଏକ ଇମୋସନାଲ ମେସେଜ୍‌ ଲେଖିଛନ୍ତି ଏବଂ ଟିମ୍‌କୁ ଭଲ ପାଇବା ଓ ସପୋର୍ଟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ଆରସିବି ଏଲିମିନେଟର ମ୍ୟାଚ୍‌ରେ ବିଫଳ ହୋଇଛି କିନ୍ତୁ କ୍ୟାପଟେନ୍‌ କୋହଲି କହିଛନ୍ତି ସେ ନିଜ ଗ୍ରୁପ ପାଇଁ ଗର୍ବିତ। କୋହଲି ଟ୍ଵିଟ୍‌ କରି କହିଛନ୍ତି ସଫଳତା ଓ ବିଫଳତାରେ ଏକାଠି ରୁହନ୍ତୁ। ଏହା ଆମ ପାଇଁ ଏକ ସୁନ୍ଦର ଯାତ୍ରା। ସମାପ୍ତି ଆମ ହିସାବରେ ହୋଇନାହିଁ କିନ୍ତୁ ଆମ ଗ୍ରୁପ୍‌ ପାଇଁ ମୁଁ ଗର୍ବ କରୁଛି। ଆପଣଙ୍କ ସମର୍ଥନ ପାଇଁ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ। ଆପଣଙ୍କ ଭଲ ପାଇବା ଆମକୁ ଆହୁରି ମଜଭୁତ କରିବ। ଆପଣମାନଙ୍କ ସହ ଖୁବ୍‌ଶୀଘ୍ର ଭେଟ ହେବ।

ପ୍ରକାଶ ଯେ ଆରସିବି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍‌ରେ ୧୩୧ ରନ୍‌ କରିଥିଲା। ଏଥିରେ ଓ୍ଵିକେଟ୍‌ କିପର ଏବି ଡେଭିଲିୟର୍ସ ୫୬ ଓ ଆରୋନ୍‌ ଫିଞ୍ଚ୍‌ ୩୨ ରନ୍‌ କରିଥିଲେ। ଏମିତିକି ଓପନିଂ କରିଥିବା କୋହଲି ମଧ୍ୟ ମାତ୍ର ୬ ରନ୍‌ କରିବାରେ ସଫଳ ହୋଇଥିଲେ। ଅନ୍ୟପଟେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯.୪ ଓଭରରେ ୧୩୨ ରନ୍‌ କରି ବିଜୟୀ ହୋଇଥିଲା।

You might also like