କୋହଲିଙ୍କ ଟିମ୍କୁ ଶ୍ରେଷ୍ଠ କ୍ରିକେଟ ଟିମ୍ କୁହାଯାଇ ପାରିବ ନାହିଁ : ସେନ୍ ୱର୍ଣ୍ଣ
ଭାରତର ବ୍ୟାଟିଂ ଲାଇନକୁ ନେଇ ସେନ୍ ୱର୍ଣ୍ଣଙ୍କ ମତ । ଭାରତର ବର୍ତ୍ତମାନର ଟେଷ୍ଟ ବ୍ୟାଟିଂ ଲାଇନ୍ ପ୍ରଭାବଶାଳୀ । କିନ୍ତୁ ଗୋଲଡେନ୍ ଯୁଗ ବ୍ୟାଟସମ୍ୟାନଙ୍କ ଭଳି ପ୍ରଭାବଶାଳୀ ନୁହେଁ । ଗୋଲଡେନ୍ ଯୁଗର ଭାରତୀୟ ବ୍ୟାଟସମ୍ୟାନ ଥିଲେ ରାହୁଲ ଦ୍ରାଭିଡ, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ, ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହଓ୍ଵାଗ । ଗୋଲଡେନ ଯୁଗର ଟିମ୍ ଭଳି କୋହଲିଙ୍କ ଟିମ୍ ମଜଭୁତ ନୁହେଁ ବୋଲି କହିଛନ୍ତି ୱର୍ଣ୍ଣ ।
ଏହି ୫ ଭାରତୀୟ ବ୍ୟାଟସମ୍ୟାନ୍ଙ୍କ ବିଶ୍ୱ କ୍ରିକେଟରେ ଦବଦବା ରହିଥିଲା । ମୁଁ ତାଙ୍କ ସହ ଅନେକ ମ୍ୟାଚ ଖେଳିଛି ବୋଲି କହିଛନ୍ତି ସେନ୍ ୱର୍ଣ୍ଣ । ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ । ହେଲେ କୋହଲିଙ୍କ ଟିମ୍କୁ ଶ୍ରେଷ୍ଠ କ୍ରିକେଟ ଟିମ୍ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ଓ୍ଵାର୍ଣ୍ଣେ । ଭାରତର ଦ୍ରାଭିଡ, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ, ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହଓ୍ଵାଗ ଟପ୍ ଫାଇଭ ବ୍ୟାଟସମ୍ୟାନ ଭିତରେ ରହିବେ ।