RCBକୁ ୯ ଓ୍ଵିକେଟରେ ହରାଇଲା ନାଇଟ ରାଇଡର୍ସ, ୯୨ ରନ୍‌ରେ ଅଲ୍‌ ଆଉଟ

ଆଇପିଏଲର ସୋମବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୯ ଓ୍ଵିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ବରୁଣ ଓ ରସେଲଙ୍କ ଘାତକ ବୋଲିଂକୁ RCB ସାମ୍ନା କରିପାରିନାହିଁ। ଫଳରେ ନାଇଟ ରାଇଡର୍ସ ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି।

ଗତକାଲିର ଏହି ମ୍ୟାଚରେ ନାଇଟ ରାଇଡର୍ସ ବୋଲରଙ୍କ ଉଚିତ ମୁକାବିଲା କରିନପାରି ରୟାଲ ଚ୍ୟାଲେଞ୍ଜର୍ସ ୧୯ ଓଭରରେ ମାତ୍ର ୯୨ ରନ୍‌ କରି ଅଲ୍‌ ଆଉଟ ହୋଇଯାଇଥିଲା। ଜବାବରେ ନାଇଟ୍‌ ରାଇଡର୍ସ ୧୦ ଓଭରରେ ୧ ଓ୍ଵିକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା। ତେବେ ଘାତକ ବୋଲିଂ ପାଇଁ ବରୁଣ ଚକ୍ରବର୍ତ୍ତ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।