କୋଲକତା ବାଛିଲା ନୂଆ ଅଧିନାୟକ, ଶ୍ରେୟସଙ୍କ ସ୍ଥାନରେ ଦଳର ଦାୟିତ୍ୱ ନେବେ ନିତିଶ ରାଣା

ଆହତ ହୋଇ ଆଇପିଏଲ-୨୦୨୩ରୁ ବାଦ୍ ପଡିଛନ୍ତି କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର । ତେଣୁ ଶ୍ରେୟସଙ୍କ ସ୍ଥାନରେ ନୂଆ ଅଧିନାୟକ ଦାୟିତ୍ୱ ନେଇଛନ୍ତି ଦଳର ଷ୍ଟାର ଖେଳାଳି ନିତିଶ ରାଣା ।

ଆଇପିଏଲ୍‌ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ପରସ୍ପରକୁ ଟକ୍କର ଦେବେ । କୋଲକତା ନାଇଟ ରାଇଡର୍ସର ପ୍ରଥମ ମ୍ୟାଚ୍‌ ପଞ୍ଜାବ କିଙ୍ଗସ ସହିତ ରହିଛି । ଆଉ କୋଲକତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଆହତ ହେବା ପରେ ଦଳର ଦାୟିତ୍ୱ ନେବେ ଷ୍ଟାର ବ୍ୟାଟସମ୍ୟାନ ନିତିଶ ରାଣା । ଟିମ ମ୍ୟାନେଜମେଣ୍ଟ ତରଫରୁ ନିତିଶ ରାଣାଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ଘୋଷଣା କରିଛି ।

ଆହତ ହୋଇ ଆଇପିଏଲ-୨୦୨୩ରୁ ବାଦ୍ ପଡିଛନ୍ତି କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର । ତେଣୁ ଶ୍ରେୟସଙ୍କ ସ୍ଥାନରେ ନୂଆ ଅଧିନାୟକ ଦାୟିତ୍ୱ ନେଇଛନ୍ତି ଦଳର ଷ୍ଟାର ଖେଳାଳି । ଚଳିତବର୍ଷ ଶ୍ରେୟସଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ ନିତିଶ ରାଣା କୋଲକାତାର ନେତୃତ୍ୱ ନେବେ ।

କୋଲକାତା ନାଇଡର୍ସ ଅଧିନାୟକ ଶ୍ରେୟସ ଆୟର ଆଇପିଏଲ ପୂର୍ବରୁ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତେଣୁ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ବର୍ତ୍ତମାନ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । କେକେଆରର ଷ୍ଟାର ଏବଂ ଅଭିଜ୍ଞ ବ୍ୟାଟ୍ସମ୍ୟାନ ନିତିଶ ରାଣାଙ୍କୁ ଦଳର ନୂଆ ଅଧିନାୟକ ଭାବରେ ଚୟନ କରିଛି ଟିମ ମ୍ୟାନେଜମେଣ୍ଟ । ତେବେ ଶ୍ରେୟସଙ୍କ ଅନୁପସ୍ଥିତିରେ ରାଣାଙ୍କ ନେତୃତ୍ୱ ଉପରେ ସମସ୍ତଙ୍କ ନଜର ରହିବ । ପ୍ରଥମ ଥର ଆଇପିଏଲରେ ସେ ଅଧିନାୟକ ଦାୟିତ୍ୱ ନେବାକୁ ଯାଉଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷରେ ଅହମଦାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଖେଳ ସମୟରେ ପିଠିରେ ଯନ୍ତ୍ରଣା ଯୋଗୁଁ ମ୍ୟାଚରୁ ବାଦ୍‌ ପଡିଥିଲେ । ଏହା ପରେ ସେ ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ । ତୃତୀୟ ଦିନ ଖେଳ ପରେ ଶ୍ରେୟସ ପିଠିର ତଳ ଭାଗରେ ଯନ୍ତ୍ରଣା ହେଉଥିବା ନେଇ ଟିମ ମ୍ୟାନେଜମେଣ୍ଟକୁ ଜଣାଇଥିଲେ । ଏହାପରେ ତାଙ୍କର ସ୍କାନିଂ ପାଇଁ ମେଡିକାଲ ପଠାଯାଇଥିଲା । ଆହତ ସମସ୍ୟା ଯୋଗୁଁ ସେ ସିରିଜର ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପିଠିରେ ଆଘାତ ପାଇଥିଲେ ଶ୍ରେୟସ ଆୟର ।

୨୦୨୩ ଆଇପିଏଲ ସିଜିନ ପାଇଁ କେକେଆରର ଅଧିନାୟକ ରହିଥିଲେ ଶ୍ରେୟସ ଆୟର । ଆଉ ଆହତଜନିତ ସମସ୍ୟା ଯୋଗୁଁ ୫ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ ଶ୍ରେୟସ । ନିତିଶ ରାଣା ମଧ୍ୟ ଦୀର୍ଘ ଦିନ ଧରି କେକେଆର ପାଇଁ ଆଇପିଏଲରେ ଖେଳୁଥିଲେ। ଘରୋଇ କ୍ରିକେଟରେ ସେ ଦଳର ଅଧିନାୟକ ମଧ୍ୟ ରହିଛନ୍ତି।  ଗତ ସିଜିନରେ କେକେଆର ୧୪ଟି ମ୍ୟାଚରୁ ୬ଟି ମ୍ୟାଚ ଜିତିଥିବା ବେଳେ ୮ଟି ମ୍ୟାଚ୍‌ ପରାଜୟ ହୋଇଥିଲା ।

Leave A Reply

Your email address will not be published.