ଆଇପିଏଲ୍‌ : କିଏ ଭାରୀ ପଡ଼ିବ କାହାକୁ, ଆସନ୍ତାକାଲି ପ୍ରଥମ କ୍ୱାଲିଫାୟରରେ କୋଲକାତା-ହାଇଦ୍ରାବାଦ ଲଢ଼େଇ

ଜିତିବାରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ କୋଲକାତା ନାଇଟ୍‌ ରାଇଡର୍ସ ଆଗୁଆ

ମୁମ୍ବାଇ : ଆଇପିଏଲ୍‌-୨୦୨୪ର ସରି ଯାଇଛି ଲିଗ୍‌ ପର୍ଯ୍ୟାୟ । କାଲିଠାରୁ କ୍ୱାଲିଫାୟର ରାଉଣ୍ଡ । ଆସନ୍ତାକାଲି ପ୍ରଥମ କ୍ୱାଲିଫାୟର ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଉଭୟ ଦଳ ଦୁଇଟି ସିଜିନ୍‌ ପରେ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଆସିଛନ୍ତି ।

କେକେଆର ଓ ହାଇଦ୍ରାବଦ ଦଳରେ ଭଲ ହିଟର ଅଛନ୍ତି । ତେଣୁ କାଲିର ମ୍ୟାଚରେ ଭଲ ଲଢ଼େଇ ହେବ ବୋଲି ଆଶା କରାଉଛି । ତେବେ ଅଭିଜ୍ଞତା ଦୃଷ୍ଟିରୁ କେକେଆର ଆଗରେ ରହିଛି । ୨୦୧୨ ଏବଂ ୨୦୧୪ରେ ଦଳ ଯେତେବେଳେ ନକଆଉଟ ରାଉଣ୍ଡକୁ ଆସିଛି ସେତେବେଳେ ଟାଇଟଲ୍‌ ଜିତିଛି । ଏହି କଥା ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିବ ।

ଏହା ବ୍ୟତୀତ ଦୁଇ ଦଳ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନଙ୍କ କୋଲକାତା ନାଇଟ୍‌ ରାଇଡର୍ସର ବିଜୟ ରେକର୍ଡ଼ ବହୁତ ଭଲ । ସେମାନଙ୍କ ମଧ୍ୟରେ ମୋଟ ୨୯ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ସେଥିରୁ ୧୭ଟିରେ କୋଲକାତା ଜିତିଛି । ମାତ୍ର ୯ଟି ଜିତିଛି ହାଇଦ୍ରାବାଦ ଟିମ୍‌ । କାଲିର ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ପଡ଼ିଆରେ ଦୁଇ ଦଳ ପ୍ରଥମ ଥର ପରସ୍ପରକୁ ଭେଟିବେ ।

Leave A Reply

Your email address will not be published.