ପିଙ୍କ୍‌ ସିଟିରେ ପରିବର୍ତ୍ତିତ ହେଲା ସିଟି ଅଫ୍‌ ଜୟ, ଚାରିଆଡ ହେଲା ଗୋଲାପି

ଐତିହାସିକ ଇଡେ-ଗାର୍ଡେନ ନିକଟରେ ପହଞ୍ଚିବା ପରେ କୌଣସି ବି ଲୋକମାନଙ୍କୁ ପିଙ୍କ୍‌ ସିଟି ଜୟପୁରରେ ପହଞ୍ଚିବା ଭଳି ଭ୍ରମରେ ପଡିପାରନ୍ତି। ଭାରତ-ବାଂଗାଲାଦେଶ ମଧ୍ୟରେ ଆସନ୍ତା ଶୁକ୍ରବାର ଦିନ ଖେଳାଯିବାକୁ ଥିବା ଓ୍ଵାନ ଡେ ମ୍ୟାଚ ପୂର୍ବରୁ କେବଳ ଇଡେନ ନୁହେଁ ବରଂ ପୁରା ମହାନଗର ହିଁ ଗୋଲାପି ରଙ୍ଗରେ ରଙ୍ଗିନ୍‌ ହେଇସାରିଛି। ଏହି ସ୍ଥାନରେ ଓ୍ଵାନ ଡେ ମ୍ୟାଚ ପାଇଁ ହୋଇଥିବା ଆୟୋଜନ ମଧ୍ୟ କ୍ରିକେଟ୍‌ ପ୍ରେମୀମାନଙ୍କୁ ଖୁବ୍‌ ଉତ୍ସାହିତ କରିପାରିଛି। ବର୍ତ୍ତମାନ ମ୍ୟାଚ ଦେଖିବା ପାଇଁ ଅଧିକାଂଶ ଟିକେଟ୍‌ ବିକ୍ରି ସରିଲଣି। କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବଂଗାଲ (ସିଏବି) କୁ ୫ଦିନ ଧରି ହାଉସ୍‌ ଫୁଲ୍‌ ରହିବାର ଭରସା ରହିଛି।

ସୂଚନା ଅନୁଯାୟୀ ବର୍ତ୍ତମାନ ମ୍ୟାଚ ପାଇଁ ପ୍ରସ୍ତୁତି ପାଖାପାଖି ଶେଷ ହୋଇସାରିଲାଣି। ଏହି ମ୍ୟାଚର ପ୍ରଥମ ଦିନରେ ବାଂଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, କେନ୍ଦ୍ରିୟ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପଶ୍ଚିମବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବେ। ଏହାବ୍ୟତୀତ ଦିଗ୍ଗଜ କ୍ରିକେଟର ସଚିନ୍‌ ତେନ୍ଦୁଲକର, ରାହୁଲ ଦ୍ରାବିଡ୍‌, ଅନିଲ କୁମ୍ବଲେ ଏବଂ ବିବିଏସ ଲକ୍ଷ୍ମଣ ମଧ୍ୟ ଉପସ୍ଥିତ ରହିବେ। ସିଏବିର ସଚିବ ଅଭିଷେକ ଡାଲମିୟାଙ୍କ କ ହିବା ଅନୁଯାୟୀ ଟସ୍‌ ପୂର୍ବରୁ ସେନାର ଆକାଶ ଛତା ସାହାଯ୍ୟରେ ସିଧା ମଇଦାନରେ ଓହ୍ଲାଇ ଦୁଇ ଦେଶର କ୍ୟାପଟେନଙ୍କୁ ଗୋଟିଏ ଗୋଟିଏ ଗୋଲାପି ରଙ୍ଗର ବଲ୍‌ ଦିଆଯିବ।

kolkataଏଥିସହ ସଂନ୍ଧ୍ୟା ସମୟର ଏକ ସମାରୋହରେ ଛଅ ଥର ବିଶ୍ୱ ଚାମ୍ପିୟାନ ମୁକ୍କେବାଜ୍‌ ମେରିକମ୍‌ ଏବଂ ଅଲମ୍ପିକର ସ୍ୱର୍ଣ୍ଣ ପଦକ ବିଜେତା ନିଶାନେବାଜ୍‌ ଅଭିନବ ବିନ୍ଦ୍ରାଙ୍କ ଭଳି ଖେଳାଳୀମାନଙ୍କୁ ସମ୍ମାନିତ କରାଯିବ। ମାର୍ଚ୍ଚ ୨୦୦୧ରେ ଏହି ମଇଦାନରେ ଅଷ୍ଟ୍ରେିଲିଆ ବିପକ୍ଷରେ ଐତିହାସିକ ବିଜୟର ସ୍ମୃତିରେ ମ୍ୟାଚର ତୃତୀୟ ଦିନରେ ଏକ ଖାସ୍‌ କାର‌୍ୟ୍ୟକ୍ରମ ଆୟୋଜିତ କରାଯିବ। ସେହି ସମୟରେ ଟିମ୍‌ ରେ ସାମିଲ ଥିବା ଅନେକ ଖେଳାଳୀମାନେ ନିଜର ଅନୁଭବ ପରିପ୍ରକାଶ କରିବା ପାଇଁ ସୁଯୋଗ ଦିଆଯିବ।

ଏହାସହ ପଢନ୍ତୁ: ଦ୍ୱିତୀୟ ଟେଷ୍ଟ : ପିଙ୍କ୍‌ ବଲ୍‌ ଏବଂ ଦିନରାତି ମ୍ୟାଚ୍‌କୁ ନେଇ ଆଶା ଓ ଆଶଙ୍କାରେ ଉଭୟ ଦଳ

edenରିପୋର୍ଟ ଅନୁଯାୟୀ ଏହି ଟେଷ୍ଟ ଅପରାହ୍ନ ୧ଟା ରୁ ଆରମ୍ଭ ହେବ। ଲଞ୍ଚ୍‌ ପରେ ସଂନ୍ଧ୍ୟା ୩.୪୦ ମିନିଟ୍‌ ରେ ମ୍ୟାଚ ଆରମ୍ଭ ହେବା ମାତ୍ରେ ହିଁ ଫ୍ଲଡଲାଇଟସ୍‌ ଲଗାଯିବ। ଏହି ଆଲୋକ ସଂନ୍ଧ୍ୟା ୬ ରୁ ରାତି ୮ ଟା ପର‌୍ୟ୍ୟନ୍ତ ଲାଗିବ। ସିଏବି ନିଜର ଏକ ଟ୍ଵିଟ୍‌ ଜରିଆରେ କହିଛି ଇଡେନରେ ଗୋଲାପି ବଲ୍‌ ରେ ଖେଳାଯିବାକୁ ମ୍ୟାଚରେ ପ୍ରଥମ ଚାରିଦିନରେ ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ ଲୋକମାନେ ଉପସ୍ଥିତ ରହିବେ। ଏହାମଧ୍ୟରେ ଅନଲାଇନ୍‌ ରେ ମଧ୍ୟ ୧୭ ହଜାର ଟିକେଟ୍‌ ବିକ୍ରି ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.