ଟେଷ୍ଟ ଡେବ୍ୟୁ କରିବା ପୂର୍ବରୁ ମା’ଙ୍କୁ ଖୁସିରେ ଆଲିଙ୍ଗନ କଲେ କେଏସ୍‌ ଭରତ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

କେଏସ ଭରତ। ଆଜି ନାଗପୁର ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଛନ୍ତି । ଆଉ ଡେବ୍ୟୁ ମ୍ୟାଚ ପୂର୍ବରୁ ପଡିଆରେ ମା’କୁ ଆଲିଙ୍ଗନ କରୁଥିବାର ଫଟୋ ଭାଇରଲ ହେବାରେ ଲାଗିଛି ।

ଆଜିଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ଓ ଓ୍ଵିକେଟ କିପର କେ.ଏସ ଭରତ ଟେଷ୍ଟ ଡେବ୍ୟୁ କରୁଛନ୍ତି । ବିଦ୍ରଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଏକ ଭାବବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ନିଶ୍ଚିତ ଆପଣଙ୍କ ମନକୁ ଛୁଇଁଯିବ । ଟ୍ଵିଟରରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ କେଏସ୍‌ ଭରତ ମା’କୁ ଆଲିଙ୍ଗନ କରୁଛନ୍ତି ।ଭରତ ଟେଷ୍ଟ ଡେବ୍ୟୁ ପରେ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଆ ମଝିରେ ତାଙ୍କ ମାଙ୍କୁ ଆଲିଙ୍ଗନ କରିଥିଲେ। ଭରତଙ୍କର ଅନ୍ତର୍ଜାତୀୟ ଖେଳରେ ଡେବ୍ୟୁ ମ୍ୟାଚ୍‌ । ତେଣୁ ଖୁସିର ମୁହୂର୍ତ୍ତକୁ ମା’ ସହିତ ସେୟାର କରିଛନ୍ତି ।

ଆଉ ଏହି ଫଟୋ ଭାଇରଳ ହେବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନମୋହନ ରେଡ୍ଡୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଫଟୋକୁ ସେୟାର କରିବା ସହିତ ଲେଖିଛନ୍ତି, ଆମ ପ୍ରିୟ କୋନା ଭରତ, ଟିମରେ ଡେବ୍ୟୁ କରୁଛନ୍ତି । ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।


ଏହାପୂର୍ବରୁ କେ.ଏସ ଭରତ ଘରୋଇ ମ୍ୟାଚ ବ୍ୟତୀତ ଆଇପିଏଲରେ ଖେଳିଥିଲେ। କ୍ରିକେଟର ଋଷଭ ପନ୍ତଙ୍କ ସ୍ଥାନରେ ତାଙ୍କୁ ଟିମରେ ସ୍ଥାନ ଦିଆଯାଇଛି । ଟେଷ୍ଟରେ ଡେବ୍ୟୁ କରିବା ପରେ ସୂର୍ଯ୍ୟକୁମାର ଯାଦବ ୩୦୪ତମ ଓ କେ.ଏସ ଭରତ ୩୦୫ତମ ଭାରତୀୟ କ୍ରିକେଟର ହୋଇଛନ୍ତି।

ଭରତ ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ହାରାହାରି ୪୭୦୭ ରନ କରିଛନ୍ତି। ୬୭ ଘରୋଇ ଟି-୨୦ ମ୍ୟାଚରେ ୧୧୧୬ ରନ କରିଛନ୍ତି।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ମାତ୍ର ୧୭୭ ରନରେ ଅଲଆଉଟ ହୋଇଥିଲା । ଜାଡେଜା ୫ଟି ଓ୍ଵିକେଟ ନେଇଥିବା ବେଳେ ଆର ଅଶ୍ୱିନୀଙ୍କୁ ମିଳିଛି ୩ଟି ଓ୍ଵିକେଟ । ସେହିଭଳି ମହମ୍ମଦ ସାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି । ଏସିଆ କପ ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୋଡ଼ରେ ଆଘାତ ଲାଗିଥିଲା । ପରେ ସର୍ଜରୀ କରିବାକୁ ପଡ଼ିଥିଲେ । ଦୀର୍ଘ ଦିନ ପରେ ଟିମ ଇଣ୍ଡିଆକୁ ଫେରିଛନ୍ତି । ଅକ୍ଟୋବରରେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.