ଶ୍ରୀଲଙ୍କା ଗସ୍ତ ପୂର୍ବରୁ ବାବା ବାଗେଶ୍ୱରଙ୍କ ଶରଣରେ କୁଲଦୀପ ଯାଦବ, ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ଆସିଲେ ନଜର

ଭାରତୀୟ ଟିମ୍‌ ଟି୨୦ ସିରିଜ ଖେଳିବା ପାଇଁ ଶ୍ରୀଲଙ୍କା ପହଞ୍ଚିସାରିଛି । ଏଠାରେ ୩ଟି ମ୍ୟାଚ ବିଶିଷ୍ଟ ଟି୨୦ ଏବଂ ଦିନିକିଆ ସିରିଜ ଖେଳିବ ଭାରତ । ଉଭୟ ଟି୨୦ ଏବଂ ଦିନିକିଆ ସିରିଜ ପାଇଁ ଟିମ୍‌ ମଧ୍ୟ ଘୋଷଣା ହୋଇସାରିଛି । ଦିନିକିଆ ଟିମରେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି । ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ କୁଲଦୀପ ବାବା ବାଗେଶ୍ୱର ଧାମରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚି କୁଲଦୀପ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

କୁଲଦୀପଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି କି, କୁଲଦୀପ ବାବାଙ୍କ ଚରଣରେ ବସିଥିବାର ନଜର ଆସିଛନ୍ତି । ତାଙ୍କ ପାଖରେ କଡା ସୁରକ୍ଷା ମଧ୍ୟ ରହିଛି । ତେବେ ପୂର୍ବରୁ ବାବାଙ୍କ ଆଶୀର୍ବାଦ ନେବାକୁ କୁଲଦୀପ ଅନେକ ଥର ଯାଇଛନ୍ତି । କୁଲଦୀପଙ୍କ ଛଡା ଅନେକ କ୍ରିକେଟର ମଧ୍ୟ ବାବାଙ୍କ ଆଶୀର୍ବାଦ ନେବାକୁ ଯାଆନ୍ତି ।

ଭାରତୀୟ ଟିମ୍‌ ଶ୍ରୀଲଙ୍କା ସହିତ ୩ଟି ଟି୨୦ ସିରିଜ ଏବଂ ଦିନିକିଆ ସିରିଜ ଖେଳିବ । ଟି୨୦ ମ୍ୟାଚ ପଲ୍ଲେକଲରେ ଖେଳାଯିବାକୁ ଥିବା ବେଳେ କଲମ୍ବୋରେ ଦିନିକିଆ ସିରିଜ ଖେଳାଯିବ ।

ଟି୨୦ ଟିମ୍‌ : ସୂର୍ଯ୍ୟକୁମାର ଯାଦବ ( ଅଧିନାୟକ), ଶୁଭମନ ଗିଲ୍‌ (ଉପ ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ରିଙ୍କୁ ସିଂ, ରିୟାନ ପରାଗ, ରିଷଭ ପନ୍ତ(ଓ୍ଵିକେଟ କିପର), ସଞ୍ଜୁ ସାମସନ(ଓ୍ଵିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ରା, ଶିବମ ଦୁବେ, ଅକ୍ଷର ପଟେଲ, ଓ୍ଵାଶିଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଖଲୀଲ ଅହମଦ, ମହମ୍ମଦ ସିରାଜ ।

ଦିନିକିଆ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍‌ (ଉପ ଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ କିପର), ରିଷଭ ପନ୍ତ (ଓ୍ଵିକେଟ କିପର), ଶ୍ରେୟସ ଆୟର, ଶିବମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ ପରାଗ, ଅକ୍ଷର ପଟେଲ, ଖଲିଲ ଅହମଦ, ହର୍ଷିତ ରାଣା ।

ଭାରତ-ଶ୍ରୀଲଙ୍କା ଖେଳସୂଚୀ :

୨୭ ଜୁଲାଇ: ପ୍ରଥମ ଟି୨୦, ପଲ୍ଲେକେଲ
୨୮ ଜୁଲାଇ: ଦ୍ୱିତୀୟ ଟି୨୦, ପଲ୍ଲେକେଲ
୩୦ ଜୁଲାଇ : ତୃତୀୟ ଟି୨୦, ପଲ୍ଲେକେଲ
୨ ଅଗଷ୍ଟ: ପ୍ରଥମ ଦିନିକିଆ, କଲମ୍ବୋ
୪ ଅଗଷ୍ଟ : ଦ୍ୱିତୀୟ ଦିନିକିଆ, କଲମ୍ବୋ
୭ ଅଗଷ୍ଟ : ତୃତୀୟ ଦିନିକିଆ, କଲମ୍ବୋ

ସୂଚନାଯୋଗ୍ୟ, କୁଲଦୀପ ଯାଦବ ନିଜ କ୍ୟାରିଅରରେ ୧୨ଟି ଟେଷ୍ଟ, ୧୦୩ ଦିନିକିଆ ଏବଂ ୪୦ଟି ଟି୨୦ ମ୍ୟାଚ ଖେଳିଛନ୍ତି ।