କରୋନା ଏବଂ ନିମୋନିଆରେ ପୀଡିତ ହୋଇ ଅକ୍ସିଜେନ ସପୋର୍ଟରେ ଲଳିତ ମୋଦି, ସୁସ୍ଥତା କାମନା କଲେ ହରଭଜନ ସିଂ

ଅକ୍ସିଜେନ ସପୋର୍ଟରେ ଆଇପିଏଲର ସଂସ୍ଥାପକ ଲଳିତ ମୋଦି । ଇନଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡିଛି । କୋଭିଡ ୧୯ ଏବଂ ନିମୋନିଆରେ ପୀଡିତ ହେବା ପରେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି । ଲଳିତ ମୋଦି ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନିଜ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ମେକ୍ସିକୋରେ ଥିବା ବେଳେ ସଂକ୍ରମଣର ଶିକାର ହୋଇଥିଲେ। ତା’ ପରେ ଏୟାର ଆମ୍ବୁଲାନ୍ସ ଯୋଗେ ଲଣ୍ଡନ ପହଞ୍ଚିଥିଲେ । ତେବେ ତାଙ୍କୁ ଠିକ୍‌ ହେବା ପାଇଁ କିଛି ସମୟ ଦରକାର । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଖବୁଶୀଘ୍ର ଆସିବ ବୋଲି ପ୍ରଶଂସକ କାମନା କରୁଛନ୍ତି ।

ଲଳିତ ମୋଦିଙ୍କ ପୋଷ୍ଟରେ ଲଳିତଙ୍କ କଥିତ ଗାର୍ଲଫ୍ରେଣ୍ଡ ସୁସ୍ମିତା ସେନଙ୍କ ଭାଇ ତଥା ଅଭିନେତା ରାଜୀବ ସେନ ମଧ୍ୟ କମେଣ୍ଟ କରିଛନ୍ତି । ଲଳିତ ହସପିଟାଲରୁ ନିଜର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଆଉ ଲେଖିଛନ୍ତି, ଡବଲ କୋଭିଡ, ଇନଫ୍ଲୁଏଞ୍ଜା ଏବଂ ନିମୋନିଆରେ ପୀଡିତ ହେବା ପରେ ଅବସ୍ଥା ବହୁତ ଖରାପ ରହିଛି । ଏୟାର ଆମ୍ବୁଲାନ୍ସରେ ଲଣ୍ଡନ ଅଣାଯାଇଛି।

 

View this post on Instagram

 

A post shared by Lalit Modi (@lalitkmodi)

ତେବେ ଲଳିତଙ୍କ ପୋଷ୍ଟରେ ପୂର୍ବତନ କ୍ରିକେଟର ହରଭଜନ ସିଂ କମେଣ୍ଟ କରି କହିଛନ୍ତି, ଜଲଦି ଠିକ୍‌ ହୋଇଯାଏ। ରାଜୀବ ସେନ ମଧ୍ୟ ଶୁଭକାମନା ନେଇ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି ।

ଆଉ ଏକ ଫଟୋ ସେୟାର କରି ଲଳିତ ମୋଦି ଲେଖିଛନ୍ତି, ମୋର ଦୁଇ ରକ୍ଷକଙ୍କ ସହିତ । ତେବେ ଦୁଇ ଡାକ୍ତର ୩ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ଦେଖାରେଖା କରିବେ । ମୋ ପାଇଁ ଦୁହେଁ ଦିନରାତି ଚିକିତ୍ସା କରୁଛନ୍ତି।

 

View this post on Instagram

 

A post shared by Lalit Modi (@lalitkmodi)

 

ସୂଚନାଯୋଗ୍ୟ, ପୂର୍ବରୁ ଲଳିତ ମୋଦି ଏବଂ ସୁସ୍ମିତାଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ସେମାନଙ୍କର ପୁରୁଣା ଭିଡିଓ ଭାଇରଲ ହେଉଥିଲା । ସେମାନେ ଲୁଚିଛପି ନିବର୍ନ୍ଧ କରିଥିବା ମଧ୍ୟ ଖବରକୁ ନେଇ ଚର୍ଚ୍ଚା ଆସିଥିଲା ।

ଲଲିତ ମୋଦି ଲେଖିଥିଲେ, କ୍ଲାରିଟି ପାଇଁ  ମୁଁ ଆପଣଙ୍କୁ କହିବି ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏପର୍ଯ୍ୟନ୍ତ ବାହା ହୋଇନାହୁଁ। ହଁ, କିନ୍ତୁ ଶୀଘ୍ର ଏହା କରିପାରୁ। ଏହାପୂର୍ବରୁ ଲଳିତ ମୋଦି ସୁସ୍ମିତା ସେନଙ୍କ ସହ କିଛି ଥ୍ରୋବ୍ୟାକ୍ ଫଟୋ ସେୟାର କରିଥିଲେ ଏବଂ ଦୁହେଁ ବିବାହ କରିଥିବା ସୂଚନା ଦେଇଥିଲେ। ଏହି ପୋଷ୍ଟ ମାଧ୍ୟମରେ ଲଲିତ ଲେଖିଛନ୍ତି ଯେ  ସେ ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଲଣ୍ଡନକୁ ଫେରିଛନ୍ତି। ସେ ପରିବାର ସହିତ ମାଲଦ୍ୱୀପ ଏବଂ ସର୍ଦ୍ଦାରିଆ ଯାଇଥିଲେ। ସେ ସୁସ୍ମିତା ସେନଙ୍କୁ  ବେଟର ହାପ୍  ବୋଲି ବର୍ଣ୍ଣନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.