କ୍ରିକେଟକୁ ଅବସର ଘୋଷଣା କଲେ ଲସିଥ୍ ମାଲିଙ୍ଗା
ନୂଆଦିଲ୍ଲୀ : କ୍ରିକେଟକୁ ଅଲବିଦା କଲେ ମାଲିଙ୍ଗା। ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେଲେ ଶ୍ରୀଲଙ୍କାର ପ୍ରସିଦ୍ଧ ପେସ୍ ବୋଲର ଲସିଥ୍ ମଲିଙ୍ଗା| କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ମାଲିଙ୍ଗା |
ଏହା ପୂର୍ବରୁ ସେ ଆଇପିଏଲ କ୍ରିକେଟ ଟିମରୁ ସନ୍ୟାସ ଘୋଷଣା କରିଥିଲେ। ୩୭ ବର୍ଷୀୟ ପେସ୍ ବୋଲର ୨୦୦୮ରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଭାଗ ନେଇଥିଲେ। ସେ କେବେବି ଅନ୍ୟ କୌଣସି ଟିମରେ ଭାଗ ନେଇନାହାଁନ୍ତି। ସେ ପାଞ୍ଚ ଥର ଆଇପିଏଲର ବିଜୟ ହାସଲ୍ କରିଥିବା ଦଳରେ ଅଂଶିଦାର ରହିଛନ୍ତି। ସେ ଆଇପିଏଲ ଇତିହାସରେ ୧୨୨ ମ୍ୟାଚରେ ସର୍ବାଧିକ ୧୭୦ ଓ୍ଵିକେଟ ନେଇଥିବା ବୋଲର ଅଟନ୍ତି। ଆଇପିଏଲ ୨୦୧୧ରେ ସେ ୨୮ ଓ୍ଵିକେଟ ସହିତ ପର୍ପଲ କ୍ୟାପ୍ ମଧ୍ୟ ହାସଲ କରିଥିଲେ।