ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦, ମ୍ୟାଚ୍‌ ଜିତି ସରିଜ୍‌ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ । ଆଜିର ମ୍ୟାଚ୍ ଜିତିଲେ ଭାରତ ୨-୦ରେ ସିରିଜ୍ ବିଜୟୀ ହେବ । ସେପଟେ ସିରିଜରେ ପ୍ରଥମ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା । ଭାରତୀୟ ଦଳରେ ଯୁବ ଖେଳାଳି ଥିଲେ ମଧ୍ୟ ତିନି ଷ୍ଟାର ବିରାଟ କୋହଲୀ, ରୋହିତ ଶର୍ମା ଓ ଶିଖର ଧଓ୍ଵନଙ୍କ ଉପରେ ନିର୍ଭର କରିବ ଦଳ । ମୋହାଲିରେ ବିରାଟ କୋହଲୀ ୭୨ ରନ୍ ଓ ଶିଖର ଧଓ୍ଵନ ୪୦ ରନ୍ କରିଥିଲେ । ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ୍ ଆୟାର ମଧ୍ୟଭାଗ ସମ୍ଭାଳିଥିଲେ । ଆଜିର ମ୍ୟାଚରେ କୃନାଲ ପାଣ୍ଡ୍ୟାଙ୍କ ସ୍ଥାନରେ ଲେଗ୍ ସ୍ପିନର ରାହୁଲ ଚହର ଖେଳିବା ସମ୍ଭାବନା ଅଧିକ । ସେହିପରି ଦକ୍ଷିଣ ଆଫ୍ରିକା ଦଳରେ ଏକାଧିକ ଅଲରାଉଣ୍ଡର ରହିଛନ୍ତି । ତଥାପି ଭାରତୀୟ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ଭ୍ରମଣକାରୀ ଦଳ । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ବିରାଟ ବାହିନୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.