କ୍ରୀଡା

ଆଜି IPLରେ ଶେଷ ଦୁଇ ଲିଗ୍‌ ମ୍ୟାଚ୍: ଗୋଟିଏ ସମୟରେ ମୁହାଁମୁହିଁ ହେବେ ୪ଟି ଟିମ୍

କେନ୍ଯୁଜ୍: ଆଜି IPLରେ ଶେଷ ଦୁଇ ଲିଗ୍‌ ମ୍ୟାଚ। ଆଜି ଗୋଟିଏ ସମୟରେ ଖେଳାଯିବ ଦୁଇଟି ମ୍ୟାଚ୍‌ । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ- ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଦିଲ୍ଳୀ କ୍ୟାପିଟାଲସ୍‌ । ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ତାର ଚଳିତ ଆଇପିଏଲ ଅଭିଯାନର ସବୁଠାରୁ ବଡ଼ ପରୀକ୍ଷାର ଅବତୀର୍ଣ୍ଣ ହେବ।

ରୋହିତ ଶର୍ମାଙ୍କ ସହ ପଏଣ୍ଟ ତାଲିକାରେ ସବାଶେଷ ସ୍ଥାନରେ ରହି ପ୍ଲେ ଅଫ୍‌ ଦୌଡରୁ ବାଦ ପଡିସାରିଥିବା ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ପୂର୍ବ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଓ୍ଵିକେଟରେ ହରାଇଥିବା ମୁମ୍ବାଇ ୧୩ ମ୍ୟାଚରୁ ୬ ବିଜୟ ସହ ୧୨ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଛି।

ତେବେ ଏହି ଦଳ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଦୁର୍ବଳ ନେଟ ରନ୍‌ ରେଟ୍‌। ପ୍ଲେ ଅଫ କୁ ଯିବା ଲାଗି ଶୁକ୍ରବାର ମୁକାବିଲାରେ ସନରାଇଜର୍ସକୁ ହରାଇବା ସହ ଭଲ ରନ୍‌ ରେଟ ରଖିବ ମୁମ୍ବାଇ ପାଇଁ ଆବଶ୍ୟକ ।

ଆଜି ଦିଲ୍ଲୀ କ୍ୟାପିଟାଲକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ। ଟେବୁଲର ଶୀର୍ଷ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆରସିବି ଏକ ବଡ଼ ହାସଲ କରିବା ଲକ୍ଷ୍ୟରେ ରହିଛି। ତେବେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବା ଆରସିବି ପାଇଁ ଆଦୌ ସହଜ ହେବନି।

ତେବେ ଏହା IPL ଇତିହାସରେ ପ୍ରଥମ । ପ୍ରଥମ ଥର ପାଇଁ ସମାନ ସମୟରେ ହେବାକୁ ଯାଉଛି ଦୁଇଟି ମ୍ୟାଚ୍‌ । ଗୋଟିଏ ସମୟରେ ୪ଟି ଟିମ୍‌ ପରସ୍ପର ସହ ମ୍ୟାଚ୍‌ ଖେଳିବେ ଯାହାକୁ ନେଇ ଦର୍ଶକମାନେ ବି ଖୁବ୍ ଉତ୍ସାହିତ  । ଚଳିତ ଆଇପିଏଲର ଶେଷ ଦୁଇଟି ଲିଗ୍‌ ମ୍ୟାଚ୍‌ ସମାନ ସମୟରେ ଖେଳାଯିବା ନେଇ ନିର୍ଦ୍ଧାରିତ ହୋଇଥିଲା । ବିସିସିଆଇ ଅନୁଯାୟୀ ଅକ୍ଟୋବର ୮ତାରିଖରେ ଲିଗ ମ୍ୟାଚର ଶେଷ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ ବୋଲି ସ୍ଥିର କରାଯାଇଥିଲା। ତେବେ ଗୋଟିଏ ସମୟରେ ଦୁଇଟି ମ୍ୟାଚ ଦେଖିବେ IPL ଫ୍ଯାନ୍ସ ।

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

19 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

24 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago