ଧୋନିଙ୍କୁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ନିବେଦନ; ଅବସର ନିଅ ନାହିଁ, ଦେଶକୁ ତୁମର ଆବଶ୍ୟକତା ଅଛି

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି । ତାଙ୍କ ଭିତରେ ଜଣେ ବଡ଼ କ୍ରିକେଟ୍‌ ପ୍ରେମୀ ଏବଂ ଧୋନି ପ୍ରଶଂସକ ହେଉଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର । ସେ ଧୋନିଙ୍କୁ ଅନୁରୋଧ କରିଛନ୍ତି ଏବେ କ୍ରିକେଟ୍‌ରୁ ଅସର ନନେବା ପାଇଁ ।
ଟୁଇଟ୍‌ କରି ଲତା କହିଛନ୍ତି ଯେ ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି । ତେଣୁ ଅବସର କଥା ଆପଣ ମନକୁ ଆଣନ୍ତୁ ନାହିଁ । ସୂଚନା ଅନୁସାରେ, ଭାରତର ସବୁଠାରୁ ସଫଳ କ୍ରିକେଟ୍‌ ଅଧିନାୟକ ଧୋନି ଚଳିତ ବିଶ୍ୱକପ୍‌ ପରେ ଖେଳରୁ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ସେ ନିଜେ ଏ କଥାକୁ ଖଣ୍ଡନ କରିଛନ୍ତି ତେବେ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ହାରିବା ପରେ ଏହି ଚର୍ଚ୍ଚା ଆହୁରି ବଢ଼ି ଯାଇଛି । ଏସବୁକୁ ଦୃଷ୍ଟିରେ ରଖି ଲତା ମଙ୍ଗେସ୍କର ଅତି ଭାବପ୍ରବଣ ହୋଇ ଏହି ଟୁଇଟ୍‌ କରିଛନ୍ତି ।


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.