କିସରେ ଫୁଟବଲ୍‌ ଫର୍‌ ସ୍କୁଲ୍‌ ଉଦଘାଟିତ, କ୍ରୀଡ଼ାରେ ବିନିଯୋଗ ହିଁ ଯୁବଗୋଷ୍ଠୀଙ୍କ ପାଇଁ ବିନିଯୋଗ: ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର(କେନ୍ଯୁଜ୍): ଫିଫା ଓ କିସର ମିଳିତ ସହଯୋଗରେ ବୁଧବାର କିସରେ ଫୁଟବଲ୍‌ ଫର୍‌ ସ୍କୁଲ୍‌ କାର୍ଯ୍ଯକ୍ରମକୁ ଓଡ଼ିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଛନ୍ତି। କରୋନା ନିୟମ ମଧ୍ୟରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସୁଇଜର୍ଲ୍ଯାଣ୍ଡ ସାଂସଦ ଡ. ନିକ୍‌ ଗଗର୍‌, ଫିଫା ସଭାପତି ଜିଏନି ଇନ୍ଫାଣ୍ଟିନୋ ଭର୍ଚୁଆଲରେ ଯୋଗ ଦେଇଥିବା ବେଳେ ରାଜ୍ଯ କ୍ରୀଡ଼ା ଓ ଯୁବ ବ୍ଯାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଫିଫା ଫାଉଣ୍ଡେସନ୍‌ କାର୍ଯ୍ଯର୍ନିବାହୀ ଅଧିକାରୀ ୟୁରୀ ଡିଜୋରକେଫ୍‌, ଫିଫା ଫୁଟ୍ଵଲ୍‌ ଫର୍‌ ସ୍କୁଲ୍ର ପ୍ରୋଜେକ୍ଟ ଲିଡର୍‌ ଆଲେକ୍ଜେଣ୍ଡ୍ରେ ଗ୍ରସ୍‌, ରାଜ୍ଯ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର୍‌ ତଥା ସଚିବ ଆର୍‌. ଭିନିଲକ୍ରିଷ୍ନା, ଅଲ୍‌ ଇଣ୍ଡିଆ ଫୁଟ୍ଵଲ୍‌ ଫେଡ଼େରେସନ୍‌ (ଏଆଇଏଫ୍‌ଏଫ୍‌) ସାଧାରଣ ସମ୍ପାଦକ କୁଶଲ ଦାସ, ଓଡ଼ିଶା ଫୁଟ୍ଵଲ୍‌ ଆସୋସିଏସନ୍‌ ସଭାପତି ଦେବାଶିଷ ସାମନ୍ତରାୟ ଓ ସମ୍ପାଦକ ଆଶୀର୍ବାଦ ବେହେରା, ଫିଫା ପଦାଧିକାରୀ ଆଲେକ୍ଜେଣ୍ଡ୍ରା ହୁଟେ, ଆଣ୍ଟୋନିଓ ବୁଏନାନୋ ଏବଂ ଆଲ୍ଵର୍ଟୋ ଜିଆକୋମିନି ପ୍ରମୁଖ ଯୋଗଦେଇଥିଲେ।

ପ୍ରଥମଥର ଲାଗି ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ଯକ୍ରମ ଆରମ୍ଭ ହେଉଛି। କାର୍ଯ୍ଯକ୍ରମକୁ ଭର୍ଚୁଆଲରେ ଉଦଘାଟନ କରି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ କ୍ରୀଡ଼ା କ୍ଷେତ୍ରରେ ବିନିଯୋଗ ହିଁ ଯୁବକଙ୍କ ପାଇଁ ବିନିଯୋଗ। ଯୁବକଙ୍କ କ୍ଷେତ୍ରରେ ବିନିଯୋଗ ହେଉଛି ଭବିଷ୍ଯତ ପାଇଁ ବିନିଯୋଗ। ଏହି ପ୍ରକାର ସହଯୋଗ ମାଧ୍ୟମରେ ଶିକ୍ଷା ବ୍ଯବସ୍ଥାରେ ଫୁଟବଲ୍କୁ ଅନ୍ତର୍ଭୁକ୍ତ କରିବା ତୃଣମୂଳସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ଫୁଟବଲ୍‌ ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଗତ ଦୁଇ ଦଶନ୍ଧୀ ଧରି କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ବ୍ଯାପକ ପ୍ରୋତ୍ସାହନ ପାଇଁ ପ୍ରୟାସ କରି ଆସିଥିବା କିଟ୍‌ ଓ କିସ୍ର ଭୂୟସୀ ପ୍ରଶଂସା କରିଥିଲେ ମୁଖ୍ଯମନ୍ତ୍ରୀ।

cm

ଡ. ଗଗର୍‌ କହିଲେ ନବୀନ ପଟ୍ଟନାୟକଙ୍କ ନେନୃତ୍ୱରେ ଓଡ଼ିଶା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ବ୍ଯାପକ ଭାବେ ପ୍ରୋତ୍ସାହନ ଯୋଗାଇ ଦେଇ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଡ. ଅଚ୍ଯୁତ ସାମନ୍ତଙ୍କ ଅବଦାନର ଭୂୟସୀ ପ୍ରଶଂସା କରି ସେ କହିଲେ ଶ୍ରୀ ସାମନ୍ତ ବ୍ଯାପକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ସହ କ୍ରୀଡ଼ାବିତଙ୍କୁ ଯେଉଁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ସେଥିପାଇଁ ଆଜି କିଟ୍‌ ଓ କିସ୍ର କ୍ରୀଡ଼ାବିତ ଭାରତକୁ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଗୌରବ ଆଣିଦେଉଛନ୍ତି। ଭାରତରେ ଫିଫାର ଏଭଳି ପ୍ରୟାସ ପ୍ରଥମ ବୋଲି ଡ. ଗଗର୍‌ କହିଥିଲେ।

kiss

କ୍ରୀଡ଼ାକୁ ପ୍ରୋତ୍ସାହନ କ୍ଷେତ୍ରରେ ବୈପ୍ଳବିକ ପ୍ରୟାସ ପାଇଁ ଫିଫାର ସଭାପତି ଇନ୍ଫାଣ୍ଟିନୋ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ କହିଲେ, ଆଜି ଭାରତରେ ଫୁଟବଲ୍‌ ଫର ସ୍କୁଲ୍‌ ଉଦ୍ଘାଟିତ ହେଉଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଫୁଟ୍ଵଲ୍‌ ଫର୍‌ ସ୍ପେଟସ ହେଉଛି ଏଭଳି ଏକ କାର୍ଯ୍ଯକ୍ରମ ଯାହା ଫୁଟବଲ୍‌ ଓ ଶିକ୍ଷାକୁ ଏକାଠି କରିଥାଏ। ଏହି କାର୍ଯ୍ଯକ୍ରମ ମାଧ୍ୟମରେ ଫନ୍‌ ଫୁଟ୍ଵଲ୍‌ ଛାତ୍ରଛାତ୍ରୀଙ୍କୁ ଜୀବନ କୌଶଳ ଶିଖିବାରେ ଆଗ୍ରହ ସୃଷ୍ଟି କରିବ ବୋଲି ସେ କହିଥିଲେ।

school

ସ୍ବାଗତ ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେ, ଫିଫା ସଭାପତିଙ୍କ ଏହି ବୈପ୍ଳବିକ ପ୍ରୟାସ ଭାରତରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟ୍ଵଲ୍‌ ପ୍ରତି ଆଗ୍ରହ ସୃଷ୍ଟି କରିବ। ଏହି କାର୍ଯ୍ଯକ୍ରମର ସଫଳ ରୂପାୟନ ପାଇଁ କିଟ୍‌ ଓ କିସ୍‌ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ଯ, ଏହି କାର୍ଯ୍ଯକ୍ରମ ଆରମ୍ଭ ସକାଶେ ଦୀର୍ଘ ଦେବର୍ଷ ହେଲା ଶ୍ରୀ ସାମନ୍ତ ଫିଫା ସଭାପତିଙ୍କ ଯୋଗାଯୋଗରେ ଥିଲେ। କରୋନା ମହାମାରୀ ଯୋଗୁଁ ଏହି କାର୍ଯ୍ଯକ୍ରମ ଆରମ୍ଭ ହୋଇପାରି ନଥିଲା। ଗତ୨୫ ତାରିଖରୁ ଫିଫା ପକ୍ଷରୁ ଟ୍ରେନିଂ ଫର୍‌ ଟ୍ରେନର ଆରମ୍ଭ ହୋଇଛି। ଏଥିରେ ରାଜ୍ଯର ୧୦୦ଟି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏବଂ କିଟ୍‌ ଓ କିସ୍ର ୧୦୦ଜଣ ଫୁଟବଲ୍‌ ଖେଳାଳି ଯୋଗ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.