କାନ୍ଦିଲେ ଲିଓନେଲ ମେସି, ବାର୍ସିଲୋନା ସହ ତୁଟାଇଲେ ୧୭ ବର୍ଷର ସମ୍ପର୍କ

କାନ୍ଦିଲେ ମେସି। ଭାବବିହ୍ଵଳିତ ହୋଇ ସାମ୍ବାଦିକଙ୍କ ସାମ୍ନାରେ ହିଁ କାନ୍ଦି ପକାଇଲେ ଆର୍ଜେଣ୍ଟିନାର ଟପ୍‌ ଫୁଟବଲର ଲିଓନେଲ ମେସି। ବାର୍ସିଲୋନା ଛାଡ଼ିବା ବେଳେ ସେ ଖୁବ୍‌ ଦୁଃଖୀ ହୋଇଯାଇଥିଲେ। ରବିବାର ଦିନ ମେସିଙ୍କର ଲାଗି ଏକ ବିଦାୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରେସ୍‌ କନ୍‌ଫରେନ୍ସ ବେଳେ ସେ କାନ୍ଦିପକାଇଥିଲେ। ୨୦୦୪-୦୫ରେ ବାର୍ସିଲୋନା ସହ ନିଜ ସିନିୟର କ୍ଲବ୍‌ କ୍ୟାରିୟର ଆରମ୍ଭ କରିଥିବା ମେସି ରବିବାର ଦିନ ଏହି କ୍ଲବ୍‌ ଛାଡ଼ିଛନ୍ତି। ଏଣୁ ବିଗତ ୧୭ ବର୍ଷର ସ୍ମୃତିକୁ ମନେ ପକାଇ ସେ ଭାବ ବିହ୍ଵଳିତ ହୋଇପଡ଼ିଥିଲେ।

ଏ ଅବସରରେ ସେ କହିଥିଲେ, ମୁଁ ନିଜ ମନର ଭାବକୁ ଆୟତ୍ତ କରିପାରୁନାହାନ୍ତି। ଏତେ ବର୍ଷ ମୋ ପାଇଁ ପୂରା ଜୀବନ ସହ ସମାନ। ଟିମ୍‌କୁ ଛାଡ଼ି ଯିବା ମୋ ପକ୍ଷେ ସହଜ ନୁହେଁ। ମୁଁ ଏଥିପାଇଁ ମାନସିକ ଭାବେ ପ୍ରସ୍ତୁତ ନଥିଲି। ସ୍ପେନିଶ ଲିଗ୍‌ର ବିତ୍ତୀୟ ନିୟମ ଯୋଗୁ କ୍ଲବ୍‌ ସହ ଚୁକ୍ତି କରିବା ଅସମ୍ଭବ ହୋଇଯାଇଛି। ଏଣୁ ବାଧ୍ୟ ହୋଇ ମୋତେ ଏହି କ୍ଲବ୍‌ ଛାଡ଼ିବାକୁ ପଡ଼ୁଛି ବୋଲି କହିଛନ୍ତି ମେସି।

ସୂଚନାଯୋଗ୍ୟ ଯେ ମେସି ବାର୍ସିଲୋନା ପାଇଁ ସର୍ବାଧିକ ଗୋଲ୍‌ କରିଛନ୍ତି। ସେ ଦେଶ ପାଇଁ ୬୭୨ ଗୋଲ କରି ସବୁଠୁ ଆଗୁଆ ଅଛନ୍ତି। କ୍ଲବ୍‌ ସହ ସେ ୭୭୮ଟି ମ୍ୟାଚ୍‌ ଖେଳିଛନ୍ତି, ଯାହା ଏକ ରେକର୍ଡ। ସେ ୫୨୯ଟି ମ୍ୟାଚ୍‌ରେ ୪୭୪ ଗୋଲ ସହ ସ୍ପେନିଶ ଲିଗ୍‌ରେ ସର୍ବୋଚ୍ଚ ସ୍କୋରର ଭାବେ ରେକର୍ଡ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.