ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଲେ ଲିଓନେଲ ମେସି, ମବାପେଙ୍କୁ ଦେଲେ ମାତ୍‌

ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଲେ ଲିଓନେଲ ମେସି । ଆଉ ପୁଣିଥରେ ମବାପେଙ୍କୁ ମାତ୍‌ ଦେଇଛନ୍ତି ମେସି । ଫିଫା ଶ୍ରେଷ୍ଠ ଖେଳାଳି ପାଇଁ ମବାପେଙ୍କୁ ନୋମିନେଟ୍‌ କରାଯାଇଥିଲା । କିନ୍ତୁ ମେସିଙ୍କୁ ଅଧିକ ଭୋଟ ମିଳିଥିଲା ।

ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଛନ୍ତି ଆର୍ଜେଣ୍ଟିନା ବିଶ୍ୱକପ ବିଜେତା ଫୁଟବଲର୍ ଲିଓନେଲ ମେସି । ଏଥର ମଧ୍ୟ ସେ ଫ୍ରାନ୍ସର କିଲିଆନ୍ ମବାପେଙ୍କୁ ପଛରେ ପକାଇ ପାଇଛନ୍ତି। ସେହିଭଳି ଶ୍ରେଷ୍ଠ ମହିଳା ଖେଳାଳି ଭାବେ ସ୍ପେନର ଆଲେକ୍ସୀ ପୁଟେଲସ୍ ଏହି ପୁରସ୍କାର ଜିତିଛନ୍ତି । ମେସି ଫ୍ରାନ୍ସ ଯୁବଷ୍ଟାର ଫୁଟବଲର କିଲିୟନ ମବାପେଙ୍କୁ ପଛରେ ପକାଇ ଏହି ପୁରସ୍କାର ବାଜି ମାରିନେଇଛନ୍ତି ।

ମେସି ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି । ଏହାସହିତ ରୋନାଲ୍ଡୋ ଏବଂ ପୋଲାଣ୍ଡର ରବର୍ଟ ଲେଓ୍ଵାଣ୍ଡୋକ୍ସିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି । ୨୦୧୯ରେ ମେସି ଏହି ପୁରସ୍କାର ଜିତିଥିଲେ । ସେହିପରି ରୋନାଲ୍ଡୋ ୨୦୧୬ ଏବଂ ୨୦୧୭ରେ ଲଗାତାର ଏହି ପୁରସ୍କାର ନିଜ ନାମରେ କରିଥିଲେ । ରବର୍ଟ ଲେଓ୍ଵାଣ୍ଡୋକ୍ସିଙ୍କ ୨୦୨୦ ଏବଂ ୨୦୨୧ରେ ଏହି ପୁରସ୍କାର ଜିତିଥିଲେ ।
ଗତ ବର୍ଷ କତାରରେ ହୋଇଥିବା ଫ୍ରାନ୍ସ ବିପକ୍ଷରେ ଐତିହାସିକ ଫାଇନାଲରେ ଆର୍ଜେଣ୍ଟିନାକୁ ବିଶ୍ୱକପରେ ବିଜେତା କରାଇଥିଲେ। ମେସି ୧୪ ବର୍ଷ ମଧ୍ୟରେ ସପ୍ତମ ଥର ପାଇଁ ଫିଫା ପୁରସ୍କାର ଜିତିଛନ୍ତି, ମବାପେ ଏବଂ କରିମ ବେଞ୍ଜେମାଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇ ସର୍ବାଧିକ ଭୋଟ୍ ଗ୍ରହଣ ଗ୍ରହଣ କରିଥିଲେ।

ଫିଫାର ୨୧୧ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଜାତୀୟ ଦଳର ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ଏକ ବିଶ୍ୱସ୍ତରୀୟ ପ୍ୟାନେଲ୍ ଦ୍ୱାରା ତିନି ଖେଳାଳିଙ୍କୁ ମନୋନୀତ କରାଯାଇଛି। ସାମ୍ବାଦିକ, ଅନଲାଇନ୍ ପ୍ରଶଂସକଙ୍କ ଦ୍ୱାରା ଭୋଟ୍ ଦେବାରେ ଚୂଡାନ୍ତ ତାଲିକା ପ୍ରସ୍ତୁତ ହୋଇଥିଲା। ୩୫ ବର୍ଷୀୟ ମେସି ବିଶ୍ୱକପ୍ର ମଧ୍ୟ ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଛନ୍ତି। ଫିଫା ଦ୍ୱାରା ପୁରସ୍କୃତ ହୋଇଥିବା ଗୋଲଡେନ୍ ବଲ୍ ଟ୍ରଫି ପାଇଁ ଦୌଡ଼ରେ ମବାପେଙ୍କୁ ସେ ପରାସ୍ତ କରିଥିଲେ।

ମେସିଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା ଗତବର୍ଷ ଡିସେମ୍ବରରେ ଫୁଟବଲ ବିଶ୍ୱକପ ୩୬ ବର୍ଷ ପରେ ଜିତିଥିଲା । ଏହି ପୁରସ୍କାର ଉତ୍ସବର ଆୟୋଜନ ୨୦୧୬ରୁ ଆରମ୍ଭ ହୋଇଛି । ମେସି, ରୋନାଲ୍ଡୋ ଏବଂ ଲେଓ୍ଵାଣ୍ଡୋକ୍ସି ଦୁଇ ଦୁଇ ଥର ଏହି ପୁରସ୍କାର ଜିତିସାରିଲେଣି ।

Leave A Reply

Your email address will not be published.