ଲକଡାଉନ: ଟିମ ଇଣ୍ଡିଆର ଫିଟନେସ ଉପରେ BCCIର କଡା ନଜର, APP କରୁଛି କାମ

ଟିମ ଇଣ୍ଡିଆକୁ ଫିଟ ରଖିବା ପାଇଁ ବିସିସିଆଇ ଖାସ ଅଭିଯାନ ଆରମ୍ଭ କରିଛି। ଟ୍ରେନର ଲକଡାଉନରେ ବି ଖେଳାଳିମାନଙ୍କ ଉପରେ କଡା ନଜର ରଖୁଛନ୍ତି। ଟିମର ଖେଳାଳିମାନଙ୍କୁ ଫିଟନେସ ଚାର୍ଟ ଦିଆଯାଇଛି। ଟ୍ରେନର ନିକ ବେବ ଓ ଫିଜିଓ ନିତିନ ପଟେଲ Athletes Monitoring System (AMS)ଜରିଆରେ ଖେଳାଳିମାନଙ୍କ ଫିଟନେସ ଉପରେ କଡା ନଜର ରଖିଛନ୍ତି।

r

ରିପୋର୍ଟ ମୁତାବକ, ଅନୁବନ୍ଧିତ ଖେଳାଳିମାନଙ୍କୁ ସମ୍ଭାଳିବା ଛଡା ନିକ ଓ ନିତିନ ସେମାନଙ୍କ ପ୍ରଗତି ଉପରେ ଵିଶେଷ ଧ୍ୟାନ ଦେଉଛନ୍ତି। ସେହିପରି AMS ଆପ ଜରିଆରେ ସେହି କ୍ଷେତ୍ରଗୁଡିକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି, ଯେଉଁଠି ସୁଧାରା ଯିବାର ଆବଶ୍ୟକ ରହିଛି।

ସୂତ୍ର ପକ୍ଷରୁ କୁହାଯାଇଛି, ଖେଳାଳିମାନେ ଯେତେବେଳେ ଡାଟା ଆପରେ ଦିଅନ୍ତି, ନିକ ଓ ନିତିନ ତାହାକୁ ଚେକ କରିଥାନ୍ତି। ନିକଟରେ ଜଣେ ପୂର୍ବତନ ଖେଳାଳି କହିଥିଲେ, ଲକଡାଉନର ମାନେ ଏହା ନୁହେଁ ଯେ ଫିଟନେସ ପ୍ରତି ଗୁରୁତ୍ୱ ନ ଦେଇ ଘରେ ବସି ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବା।

India Australia ODI cricket match

ତେବେ ଏହି ଖେଳାଳିମାନେ ବହୁତ ପ୍ରଫେସନାଲ ଅଟନ୍ତି। ଟିମରେ ଯେଉଁ କଲଚର କ୍ୟାପଟେନ ବିରାଟ କୋହଲୀ ସେଟ କରାଇଛନ୍ତି, ସେହି ମୁତାବକ ସମସ୍ତେ ଥରେ ନିଜ ପସନ୍ଦର ଖାଦ୍ୟ ଖାଇପାରିବେ, କିନ୍ତୁ ଫିଟନେସ ଷ୍ଟାଣ୍ଡାର୍ଡକୁ ନଜରରେ ରଖି। AMS ଆପ ଜରିଆରେ ସେମାନେ ବୁଝିପାରିବେ କି କେତେବେଳେ କେତେ ପରିମାଣର କ୍ୟାଲୋରୀ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.