ଜିଟି -ଏଲ୍ଏସ୍ଜି ମଧ୍ୟରେ କଡ୍ଡା ଟକ୍କର , ବିଜୟ ଲକ୍ଷ୍ୟରେ ୧୮୧ ରନ୍

ଆଜି ଅର୍ଥାତ୍ ଶନିବାର ଆଇପିଏଲ ୨୦୨୫ ମ୍ୟାଚ୍ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହେଉଛି। ଏହି ମ୍ୟାଚ୍ ଲକ୍ଷ୍ନୌର ଘରୋଇ ପଡ଼ିଆ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଛି। ଏଲ୍ଏସ୍ଜି ପ୍ରଥମେ ଟସ୍ ଜିତି ମ୍ୟାଚ୍ରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଜିଟି । ୨୦ ଓଭରରେ ୬ ୱିକେଟ ହରାଇ ୧୮୦ ରନ୍ କରିଛି ଜିଟି । ଫଳରେ ଏଲ୍ଏସ୍ଜି ପାଇଁ ବିଜୟ ଲକ୍ଷ୍ୟ ୧୮୧ ରନ୍ ରହିଛି ।
ଜିଟି ଟିମରୁ ସାଇ ସୁଦର୍ଶନ ୫୬ ରନ୍ କରିଥିବାବେଳେ ଶୁବମାନ୍ ଗିଲ୍ ୬୦ ରନ୍ କରିଥିଲେ। ସେହିଭଳି ଭାବରେ ଜୋସ୍ ବଟଲର ୧୬ ରନ୍, ଶ୍ରେଫେନ୍ ରଦରଫୋର୍ଡ ୨୨ ରନ୍ ଏବଂ ଶାହରୁଖ୍ ଖାନ୍ ୧୧ ରନ୍ କରିଥିଲେ।
ଏଲ୍ଏସ୍ଜି ଟିମରୁ ଶାର୍ଦ୍ଦୁଳ ଠାକୁର ୨ ୱିକେଟ ନେଇଥିଲେ। ସେହିପରି ଦିଗେଶ ସିଂ ରାଠୋର ଗୋଟିଏ ୱକେଟ, ଆଭେଶ ଖାନ୍ ଗୋଟିଏ ୱିକେଟ ଏବଂ ରବି ବିଶ୍ନୋଇ ୨ ଟି ୱିକେଟ ନେଇଥିଲେ।
Also read: ପ୍ରଥମ ଥର ପାଇଁ ଆଇପିଏଲ ବେଳେ ଖେଳାଯିବ ପାକିସ୍ତାନ ସୁପର ଲିଗର ମ୍ୟାଚ, ମୁହାଁମୁହିଁ ହେବେ IU ଏବଂ LQ