ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ହରାଇବା ପରେ ଖୁସିରେ ନାଚିଲେ ଲକ୍ଷ୍ନୌ ମାଲିକ, ରିଷଭ ପନ୍ତଙ୍କୁ କଲେ ଆଲିଙ୍ଗନ

ଲକ୍ଷ୍ନୌ ସୁପରଜିଆଣ୍ଟସ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ହରାଇବା ପରେ ରିଷଭ ପନ୍ତଙ୍କୁ ଆଲିଙ୍ଗନ କଲେ ସଂଜୀବ ଗୋଏଙ୍କା । ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ୧୯୧ ରନରେ ଟାର୍ଗେଟ ଦେଇଥିଲା । ଯାହାକୁ ଲକ୍ଷ୍ନୌ ୧୬.୧ ଓଭରରେ ୫ ୱିକେଟ ଥାଇ ଜିତିଯାଇଥିଲା । ମ୍ୟାଚ ଜିତିବା ପରେ ରିଷଭ ପନ୍ତଙ୍କୁ କୁଣ୍ଢାଇପକାଇଥିଲେ ଲକ୍ଷ୍ନୌ ଟିମର ମାଲିକ ସଂଜୀବ ଗୋଏଙ୍କା । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ଗତକାଲି ଲକ୍ଷ୍ନୌ ସୁପରଜିଆଣ୍ଟସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା । ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ୧୯୧ ରନରେ ଟାର୍ଗେଟ ଦେଇଥିଲା । ଯାହାକୁ ଲକ୍ଷ୍ନୌ ୧୬.୧ ଓଭରରେ ୫ ୱିକେଟ ଥାଇ ଜିତିଯାଇଥିଲା । ଡେଭିଡ ମିଲରଙ୍କ ବିଜୟ ସଟରେ ସଂଜୀବ ଗୋଏଙ୍କା ଖୁସିରେ ଡେଇଁଥିଲେ । ଏହାପରେ ସଂଜୀବ ଗୋଏଙ୍କା ଖୁସିରେ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ରିଷଭ ପନ୍ତଙ୍କୁ ଖୁସିରେ କୁଣ୍ଢାଇ ପକାଇଥିଲେ ।
ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମ୍ୟାଚ ଜିତୁ ଜିତୁ ହାରିଯାଇଥିଲା । ଏହାପରେ ସଂଗୀବ ଗୋଏଙ୍କା ବହୁତ ନିରାଶ ହୋଇଥିଲେ । କିନ୍ତୁ ଏଥର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଲକ୍ଷ୍ନୌ ସୁପରଜିଆଣ୍ଟସ ଖେଳାଳି ନିରାଶ କରିନଥିଲେ ।
Hyderabad conquered ✅
Win secured ✅#LSG get their first 𝐖 of #TATAIPL 2025 with a comfortable victory over #SRH 💙Scorecard ▶ https://t.co/X6vyVEvxwz#SRHvLSG | @LucknowIPL pic.twitter.com/7lI4DESvQx
— IndianPremierLeague (@IPL) March 27, 2025
ଚଳିତ ଆଇପିଏଲରେ ରିଷଭ ପନ୍ତଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଗୁରୁବାର ୫ ୱିକେଟରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି । ୧୯୧ ରନର ବିଜୟ ଲକ୍ଷ୍ୟକୁ ଏହି ଦଳ ୨୩ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା । ନିକୋଲାସ ପୂରନ (୭୦, ୨୬ ବଲ୍, ୬ ଚୌକା, ୬ ଛକା)ଙ୍କ ବିସ୍ଫୋରକ ପାଳି ବଳରେ ଲକ୍ଷ୍ନୌ ଏହି ସହଜ ବିଜୟ ପାଇଥିଲା । ଏପରିକି ପୂରନ ୧୮ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ଚଳିତ ଆଇପିଏଲ୍ରେ ଦ୍ରୁତତମ ହୋଇଥିଲେ । ପୂରନ ଓ ମିଚେଲ ମାର୍ସ ଦ୍ବିତୀୟ ୱିକେଟ୍ରେ ୧୧୬ ରନର ଭାଗୀଦାରି ଗଢ଼ିଥିଲେ । ତାଙ୍କ ପରେ ମାର୍ସ (୫୨, ୩୧ ବଲ୍, ୭ ଚୌକା, ୨ ଛକା) ପ୍ୟାଭିଲିୟନ ଫେରିଥିଲେ । ଶେଷରେ ଅବଦୁଲ୍ ସମଦ (୮ ବଲ୍ରୁ ୨୨*) ଓ ଡେଭିଡ ମିଲର (୭ ବଲ୍ରୁ ୧୩*) ବିଜୟ ସର୍ଟ ମାରିଥିଲେ ।
Also Read : ଆଜି ଆରସିବିକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ, ମ୍ୟାଚରେ ୨ ତାରକା ଖେଳାଳିଙ୍କ ଉପରେ ରହିବ ନଜର