ଗୁରୁଠୁ ହାରିଲେ ଶିଷ୍ୟ, ଲକ୍ଷ୍ନୌକୁ ୫ ୱିକେଟରେ ପରାସ୍ତ କରି ଜିତିଲା ସିଏସକେ

ଧୋନୀଙ୍କ ଧମାକା । ଲକ୍ଷ୍ନୌ ବିପକ୍ଷରେ ବିଜୟ ସହ ଚେନ୍ନାଇ ଭାଙ୍ଗିଲା ପରାଜୟ ଧାରା । ୬ବର୍ଷ ପରେ ଧୋନିଙ୍କୁ ମିଳିଲା ପ୍ଲେୟର ଅଫ ଦ ମ୍ୟାଚ ଆୱାର୍ଡ। ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଲକ୍ଷ୍ନୌର ୧୬୭ ରନ୍ କୁ ପିଛା କରି ଲଗାତାର ୫ଟି ମ୍ୟାଚ ହାରିଥିବା ଚେନ୍ନାଇ ବିଜୟୀ ହୋଇଥିଲା । ଶିବମ ଦୁବେଙ୍କ ସହ ମିଶି ଅଧିନାୟକ ଧୋନୀ ଧୂଆଁଧାର ବ୍ୟାଟିଂ କରି ଚେନ୍ନାଇକୁ ବିଜୟର ସ୍ବାଦ ଚଖାଇଥିଲେ । ୩୭ ବଲ ଖେଳି ୩ ଚୌକା ଓ ୨ଛକା ବଳରେ ଶିବମ ୪୩ ରନ୍ ସଂଗ୍ରହ କରିଥିଲେ ।
ଶେଷ ୫ ଓଭରରୁ ୫୬ରନ୍ ଦରକାର ଥିବା ବେଳେ ଧୋନୀ ୧୧ବଲ ଖେଳି ୪ ଚୌକା ଓ ୧ଛକା ବଳରେ ୨୬ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେିଳିଥିଲେ । ୩ବଲ ପୂର୍ବରୁ ବିଜୟୀ ହୋଇଥିଲା ଚେନ୍ନାଇ । ୨୦୧୯ ପରେ ଧୋନିଙ୍କୁ ପ୍ରଥମ ଥର ପାଇଁ ପ୍ଲେୟର ଅଫ ଦ ମ୍ୟାଚ ଆୱାର୍ଡ ମିଳିଛି । ଲଗାତାର ୫ଟି ମ୍ୟାଚ ହାରିବା ପରେ ଚେନ୍ନାଇରେ ଧୋନିଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠାଇଥିଲା ।
ଆହୁରି ପଢ଼ନ୍ତୁ : ସନରାଇଜର୍ସ ହାଇଦ୍ରାବାଦ ଟିମର ଖେଳାଳି ଥିବା ହୋଟେଲରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଖେଳାଳି