ଶେଷରେ ବାଜି ମାରିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ, କୋଲକାତାକୁ ହରାଇ ୨ ରନରେ ଜିତିଗଲା ମ୍ୟାଚ୍

କେନ୍ୟୁଜ୍‌(ବ୍ଯୁରୋ): ଛକା ଚଉକା ବର୍ଷା । ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶେଷରେ ବାଜି ମାରିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଅଳ୍ପକେରୁ ବୃଥା ହେବାରୁ ବଞ୍ଚିଗଲା ଡି କକ୍‌ଙ୍କ ସୁପର ଇନିଂସ । ଶେଷ ଓଭରରେ ଜିତିବାକୁ ୨୧ ରନ ଦରକାର ଥିବା ବେଳେ ୧୮ ରନ କରିବାରେ ସକ୍ଷମ ହୋଇଥିଲା କୋଲକାତା ।

୨ ରନରେ ମ୍ୟାଚ ଜିତିଗଲା ଲକ୍ଷ୍ନୌ । ଲକ୍ଷ୍ନୌର ୨୧୧ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ୮ ଓ୍ଵିକେଟରେ ୨୦୮ ରନ କରିଥିଲା । ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା କୋଲକାତା । ଲକ୍ଷ୍ନୌ ନବମ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟକୁ ଉଠିବା ସହ ପ୍ଲେ ଅଫ୍‌ ପ୍ରବେଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.