ବିସିସିଆଇ ପରେ ଭାରତୀୟ ଟିମ ଉପରେ ଟଙ୍କା ବର୍ଷା, ଏକନାଥ ସିନ୍ଦେ ଦେଲେ ୧୧ କୋଟି ଟଙ୍କା
ଭାରତୀୟ ଟିମ୍ ସାଉଥ ଆଫ୍ରିକାକୁ ଟି୨୦ ବିଶ୍ୱକପ ଫାଇନାଲରେ ହରାଇବା ପରେ ସମଗ୍ର ଭାରତୀୟଙ୍କ ମନ ଜିତିନେଇଛି । ଭାରତୀୟ ଟିମ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିଲା । ଭାରତୀୟ ଟିମ୍ ୧୭ ବର୍ଷ ପରେ ଟି୨୦ ବିଶ୍ୱକପ ଟ୍ରଫି ଜିତିଛି । ଟିମ୍ ଭାରତରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କ ସହିତ ସାକ୍ଷାତ କରିବା ପରେ ଶୁଭକାମନା ଜଣାଇଥିଲେ । ଏହାପରେ ମୁମ୍ବାଇରେ ବିଜୟ ଶୋଭାଯାତ୍ରା ହେବା ପରେ ବିସିସିଆଇ ବିଶ୍ୱ ବିଜେତା ଟିମକୁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି । ବିସସିଆଇ ପରେ ଭାରତୀୟ ଟିମ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ବଡ ଘୋଷଣା କରିଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟି୨୦ ବିଶ୍ୱକପ ବିଜେତା ଟିମକୁ ୧୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏହି ଘୋଷଣା ବିଧାନ ଭବନରେ କରାଯାଇଛି । ଏହି ଘୋଷଣା ସମୟରେ ଭବନରେ ଭାରତୀୟ ଟିମର ଅଧିନାୟକ, ସୂର୍ଯ୍ୟକୁମାର ଯାଦବ, ଯଶସ୍ୱୀ ଜୟସଓ୍ଵାଲ ଏବଂ ଶିବମ ଦୁବେଙ୍କୁ ସମ୍ମାନିତ କରାଯାଇଛି । ଏହି ସମୟରେ ସିନ୍ଦେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିବା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଫାଇନାଲରେ କ୍ୟାଚ ପାଇଁ ପ୍ରଶଂସା କରିଥିଲେ ।
ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵର ଏବଂ ଦେବେନ୍ଦ୍ର ଫିଡନବିସ ଉପସ୍ଥିତ ଥିଲେ । ଅଜିତ ପାଓ୍ଵର କହିଛନ୍ତି, ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି କି, ଟି୨୦ ବିଶ୍ୱକପ ଆଉ ରୋହିତ ଖେଳିବେ ନାହିଁ । କିନ୍ତୁ ଯେତବେଳେ ଆମେ ଟି୨୦ ମ୍ୟାଚ ଦେଖିବୁ, ସବୁବେଳେ ଟିମର ସଫଳତାକୁ ମନେ ପକାଇବୁ । ଫିଡନବିସ ରୋହିତଙ୍କୁ ପ୍ରଶଂସା କରି କହିଛନ୍ତି, ରୋହିତଙ୍କ ନାମ କ୍ରିକେଟ ଇତିହାସରେ ଲେଖାଯିବ ।
ଦୀର୍ଘ ୧୭ ବର୍ଷ ପରେ ଭାରତ ଟି୨୦ ବିଶ୍ୱକପ ଜିତିଛି । ଭାରତୀୟ ଟିମ୍ ୨୦୦୭ରେ ଟି୨୦ ବିଶ୍ୱକପ ଜିତିଥିଲା । ସେତେବେଳେ ଧୋନି ଟିମର ଅଧିନାୟକ ଦାୟିତ୍ୱରେ ଥିଲେ । ତେବେ ଟି୨୦ ବିଶ୍ୱକପ ୨୦୨୪ରେ ରୋହିତଙ୍କ ବାହିନୀ ବଢିଆ ପ୍ରଦର୍ଶନ କରିଥିଲା । ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ କରିଥିଲା । ଯାହାର ଜବାବରେ ସାଉଥ ଆଫ୍ରିକା ୧୬୯ ରନ୍ କରିପାରିଥିଲା ।