ଘଞ୍ଚ ଜଙ୍ଗଲ ଭିତରେ ଆଣ୍ଠୁଗଣ୍ଠିର ଚିକିତ୍ସା କରାଉଛନ୍ତି ମହେନ୍ଦ୍ର ସିଂହ ଧୋନି, ଭାଇରଲ ହେଉଛି ଫଟୋ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ମୁକ୍ତିପାଇବା ପାଇଁ ଜଣେ ଆୟୁର୍ବେଦୀୟ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ଏକ ବିଶେଷ ସୂତ୍ରରୁ ଜଣାଯାଇଛିଯେ ଡାକ୍ତର ଧୋନିଙ୍କ ଠାରୁ ଫିସ ବାବଦରେ ମାତ୍ର ୪୦ ଟଙ୍କା ନେଉଛନ୍ତି । ମାସରୁ ଅଧିକ ସମୟ ଧରି ଧୋନି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାର ଶିକାର ହୋଇଛନ୍ତି । ଯାହାର ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ଚିକିତ୍ସା ପଦ୍ଧତି ଆପଣାଉଛନ୍ତି । ଏକ ଖବର କାଗଜରୁ ଜଣାଯାଇଛିକି ରାଞ୍ଚି ସହର ଠାରୁ ୭୦ କିଲୋମିଟର ଦୂର ଲାପୁଙ୍ଗର ଘଞ୍ଚ ଜଙ୍ଗଲରେ ଆୟୁର୍ବେଦିକ ଚିକିତ୍ସକ ବନ୍ଦନ ସିଂହ ଖେତବାର ଧୋନିଙ୍କ ଚିକିତ୍ସା ଦାୟିତ୍ୱରେ ଅଛନ୍ତି ।
ଧୋନି ନିଜ ମାତା ପିତା ଚିକିତ୍ସାରେ କିଛିଟା ଉନ୍ନତି ଲକ୍ଷ କରିବା ପରେ ରାଞ୍ଚିର ଏକ ଆଶ୍ରମରେ ନିଜ ଆଣ୍ଠୁର ଚିକିତ୍ସା କରାଇବା ନେଇ ନିଷ୍ପତ୍ତି ନେଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ଧୋନିଙ୍କ ଶରୀରରେ କ୍ୟାଲସିୟମର ମାତ୍ରା କମିଯାଇଥିବାରୁ ତାଙ୍କ ଆଣ୍ଠୁ ଗଣ୍ଠିରେ ବ୍ୟଥା ହେଉଛି । ଚିକିତ୍ସକ ବନ୍ଦନ ସିଂହ ଖେତବାରଙ୍କ କହିବା ଅନୁଯାୟୀ, ” ସେ ତାଙ୍କ ଠାରୁ ଫି ଆକାରରେ ୨୦ ଟଙ୍କା ନେଇଥାନ୍ତି । ଆଉ ତାଙ୍କୁ ୨୦ ଟଙ୍କାର ଔଷଧ ଦେଇଥାନ୍ତି । ” ଧୋନି ପ୍ରତି ଚାରି ଦିନରେ ଥରେ ଏହି ଆଶ୍ରମକୁ ଚିକିତ୍ସା ପାଇଁ ଆସିଥାନ୍ତି । ଆଉ ପ୍ରାୟ ଏକ ମାସ ହେବ ଏହି ପ୍ରକ୍ରିୟା ଚାଲୁରହିଛି ।
ବନ୍ଦନ ସିଂହ ଏହା ମଧ୍ୟ କହିଛନ୍ତିକି ଯେବେ ଧୋନି ତାଙ୍କ ସହ ପ୍ରଥମ ଥର ପାଇଁ ଭେଟିବାକୁ ଆସିଥିଲେ ସେବେ ସେ ତାଙ୍କୁ ଚିହିଁ ପାରିନଥିଲେ । ଧୋନିଙ୍କ ସହିତ ଆସିଥିବା କେହି ଜଣେ ହିଁ ତାଙ୍କୁ କହିଥିଲେକି ତାଙ୍କ ନିକଟକୁ ଧୋନି ଚିକିତ୍ସା କରାଇବାକୁ ଆସିଛନ୍ତି । ବନ୍ଦନ ହିଁ ଧୋନିଙ୍କ ମା ବାପାଙ୍କର ମଧ୍ୟ ଚିକିତ୍ସା କରାଇଛନ୍ତି ।