ଟିମ୍ ଇଣ୍ଡିଆକୁ ଝଟକା ! ଦିନିକିଆ ମ୍ୟାଚରୁ ଅବସର ନେଇପାରନ୍ତି ମାହି

ନୂଆଦିଲ୍ଳୀ : ଦିନିକିଆ କ୍ରିକେଟରୁ ଅବସର ନେବେ କି ମିଷ୍ଟର କୁଲ୍ ? ଇଂଲଣ୍ଡ ବିପକ୍ଷ ସିରିଜ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସୋସିଆଲ୍ ମିଡିଆରେ ଜୋରଦାର ଚାଲିଛି ଚର୍ଚ୍ଚା । ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ଦିନିକିଆରେ ହାରିଛି ଭାରତ । ମ୍ୟାଚ୍ ପରେ ଡ୍ରେସିଂ ରୁମ୍ ଫେରିବା ବେଳେ ଅମ୍ପାୟାରଙ୍କଠାରୁ ବଲ୍ ମାଗି ନେଇଥିଲେ ଧୋନି । ସେହି ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଧୋନିଙ୍କ ସନ୍ୟାସ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କୁହାଯାଉଛି, ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା ପୂର୍ବରୁ ଏଭଳି ଢଙ୍ଗରେ ଷ୍ଟମ୍ପକୁ ସାଙ୍ଗରେ ଧରି ଡ୍ରେସିଂ ରୁମ୍ ଯାଇଥିଲେ ଧୋନି । ତାପରେ ଅବସର ଘୋଷଣା କରିଥିଲେ । ଏବେ ବଲକୁ ସାଙ୍ଗରେ ନେଇ ଡ୍ରେସିଂ ରୁମ୍ ଯାଇଥିବାରୁ ଅବସର ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.