Categories: କ୍ରୀଡା

କ୍ରିକେଟରୁ ସନ୍ୟାସ ନେବା ପରେ ଧୋନୀ କରିବେ ଏହି କାମ, ଭିଡିଓରେ କହିଲେ ଅବସର ପରର ପ୍ଳାନ୍ ସମ୍ପର୍କରେ

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପ୍ଟନ୍ ମହେନ୍ଦ୍ର ସିଂ ଧୋନୀ ଏକ ଭିଡିଓ ମାଧ୍ୟମରେ ନିଜ ରିଟାୟମେଣ୍ଟ ପରର ପ୍ଳାନ ବିଷୟରେ ଘୋଷଣା କରିଛନ୍ତି । କ୍ରିକେଟକୁ ବିଦାୟ କରିବା ପରେ ସେ ନିଜର ଏହି ସୌକକୁ ପୁରା କରିବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ଏହି ଦିଗଜ୍ଜ କ୍ରିକେଟରଙ୍କ ସନ୍ୟାସ ନେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଇସିସି ବିଶ୍ବ କପ୍ ପରେ ସନ୍ୟାସ ନେବାର ସମ୍ଭାବନା କୁ ନେଇ ଚର୍ଚ୍ଚା ମଝିରେ ଧୋନୀ ନିଜର କିଛି ପେଣ୍ଟିଙ୍ଗର ପ୍ରଦର୍ଶନୀ କରିଛନ୍ତି । ପିଲାଦିନର ନିଜର ସ୍ବପ୍ନକୁ ପୂରା କରିବା ପାଇଁ ସେ କହିଛନ୍ତି କି ସେ ଚିତ୍ରକାର ହେବାକୁ ଚାହୁଁଛନ୍ତି । ଏକ ଭିଡିଓରେ ସେ କହିଛନ୍ତି କି, ମୁଁ ଆପଣ ସମସ୍ତଙ୍କୁ ଏକ ଗୋପନୀୟ କଥା କରିବାକୁ ଚାହୁଁଛି । ପିଲାଦିନରୁ ହି ମୁଁ ଏକ ଚିତ୍ରକାର ହେବାକୁ ଚାହୁଁଥିଲି । ମୁଁ ବହୁତ କ୍ରିକେଟ ଖେଳିଦେଲି ଏବେ ସେହି ସମୟ ଆସିଯାଇଛି ଯାହା ମୁଁ କରିବାକୁ ଚାହୁଁଥିଲି । ଏଥିପାଇଁ ମୁଁ କିଛି ପେଣ୍ଟିଙ୍ଗ ପ୍ରସ୍ତୁତ କରିଛି ।

ଦେଖନ୍ତୁ ଭିଡିଓ:

ତାଙ୍କର ପ୍ରଥମ ପେଣ୍ଟିଙ୍ଗ ପ୍ରାକୃତିକ ଦୃଶ୍ୟର ଅଟେ । ସେ ଏହାକୁ ଦେଖି କହିଛନ୍ତି କି ସେ ପ୍ରକୃତିକୁ ବହୁତ ପସନ୍ଦ କରନ୍ତି ।

ଦ୍ବିତୀୟ ପେଣ୍ଟିଙ୍ଗ ବିଷୟରେ ସେ କହିଛନ୍ତି କି, ଏହା ଏପରି ଅଟେ ଯାହା ଭବିଷ୍ୟତରେ ପରିବହନର ସାଧନ ହୋଇପାରେ ।

ଧୋନୀ ନିଜର ତୃତୀୟ ପେଣ୍ଟିଙ୍ଗକୁ ନିଜର ଅତି ପସନ୍ଦ ବୋଲି କହିଛନ୍ତି। ସେ କହିଛନ୍ତି କି, ଏହା ତାଙ୍କର ପ୍ରତିଛବି ଅଟେ । ଯେଉଁଥିରେ ସେ ଆଇପିଏଲ୍ ରେ ଚେନ୍ନାଇ ସୁପରକିଙ୍ଗର ଜର୍ସିରେ ଖେଳୁଥିବାର ନଜର ଆସୁଛନ୍ତି ।

ସେ କହିଛନ୍ତି ସେ ଶିଘ୍ର ନିଜ ଚିତ୍ରକୁ ପ୍ରଦର୍ଶନୀରେ ଲଗାଇବେ । ସେ ଏହି ସମ୍ବନ୍ଧରେ ନିଜ ପ୍ରଶଂସକଙ୍କୁ ଉପଦେଶ ମାଗିଛନ୍ତି ।
ତେବେ ଭାରତର ଟି-୨୦ ଏବଂ ୱାନ ଡେ ବିଶ୍ବ କପ୍ ବିଜେତା ଟିମର କ୍ୟାପଟେନ୍ ରହିଥିବା ୩୭ ବର୍ଷିୟ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ମହାକୁମ୍ଭରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ତାଙ୍କର ଅନ୍ତିମ ବିଶ୍ବ କପ୍ ହୋଇପାରେ ।

Sonalisa

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

3 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

14 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

43 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago