ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ଘୋଷଣା, ଧୋନୀ ନୁହେଁ ଜାଡେଜା ନେବେ ଦଳର ଦାୟିତ୍ୱ

ବର୍ଷ ୨୦୨୨ରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ ଲାଗି ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂହ ଧୋନୀଙ୍କ ଉତ୍ତରାଧିକାରୀ ଚୟନ କରିସାରିଛି । ମହେନ୍ଦ୍ର ସିଂ ଧୋନୀ ହେବେ ଦଳର ମେଣ୍ଟର । ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନ ନେଇପାରନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ।
୨୦୨୨ରେ ହେବାକୁ ଥିବା ଆଇପିଏଲରେ ଚେନ୍ନାଇକୁ ଆଗାମୀ ଆଇପିଏଲ୍ ସିଜନ ଲାଗି ରବୀନ୍ଦ୍ର ଜାଡେଜା ପ୍ରଥମ ନମ୍ବର ଖେଳାଳି ଭାବେ ଦଳରେ ରିଟର୍ନ କରିଥିଲେ । ୪୦ବର୍ଷୀୟ ଧୋନୀ ୨୦୨୨ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରିସାରିଛନ୍ତି । ଏହା ସହ ସେ ପ୍ରାୟ ସମୟରେ ଭବିଷ୍ୟ ଆଡ଼କୁ ଦେଖିବାକୁ କହିସାରିଛନ୍ତି । ଏହି ଭବିଷ୍ୟ ରଣନୀତିକୁ ଆଧାର କରି ଚେନ୍ନାଇ ସୁପର କିଙ୍ଗ୍ସ ରବିନ୍ଦ୍ର ଜାଡେଜାଙ୍କୁ କମାଣ୍ଡ ଦେଇପାରେ । ମାତ୍ର ଜାଡ଼େଜାଙ୍କ ନିକଟରେ ଅଧିନାୟର କୌଣସି ଅନୁଭବ ନାହିଁ ।
ଚେନ୍ନାଇ ସୁପର କିଙ୍ଗ୍ସ ରବିନ୍ଦ୍ର ଜାଡେଜାଙ୍କୁ (୧୬କୋଟି), ମହେନ୍ଦ୍ର ସିଂହ ଧୋନୀ(୧୨କୋଟି), ଋତୁରାଜ ଗାୟକଓ୍ବାଡ଼(୬କୋଟି) ଏବଂ ମୋଇନ ଅଲୀ(୮କୋଟି)ରେ ରିଟର୍ନ କରିଥିଲା ।
ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବାର ପରଦିନ ଅର୍ଥାତ୍ ଆଜି ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି । ଏକଥା ସେ ଟ୍ଵିଟର ଜରିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।
ପୂର୍ବରୁ ଉଭୟ ଟି୨୦ ଏବଂ ଦିନିକିଆ ଟିମ୍ର ଅଧିନାୟକ ପଦ ଛାଡ଼ିଥିଲେ । ଅବଶ୍ୟ ଦିନିକିଆ ନେତୃତ୍ୱରୁ ସେ ନିଜେ ଓହରି ଯାଇଥିବା ବେଳେ ଏହି ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟି ୨୦ ଅଧିନାୟକ ପଦକୁ ନେଇ ବିସିସିଆଇ ସହିତ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା ।