ଡ୍ର ରହିଲା ମାଞ୍ଚେଷ୍ଟର ଟେଷ୍ଟ, ସମ୍ମାନ ବଂଚାଇଲା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ଲଢେଇ

ମାଞ୍ଚେଷ୍ଟର : ଆଜି ମାଞ୍ଚେଷ୍ଟର ଟେଷ୍ଟ ଡ୍ର ରେ ଶେଷ ହୋଇଛି । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ଲଢେଇ ଫଳରେ ଭାରତ ଏକ ନିଶ୍ଚିତ ପରାଜୟରୁ ମୁକୁଳି ଆସିପାରିଛନ୍ତି । ବିଶେଷକରି ଶୁବମନ ଗିଲ, କେଏଲ ରାହୁଲଙ୍କ ଭାଗିଦାରୀ ପରେ ରବୀନ୍ଦ୍ର ଜାଦେଜା ଓ ଓ୍ବାସିଂଟନ ସୁନ୍ଦରଙ୍କ ଶତକ ଭାରତକୁ ପରାଜୟ ମୁହଁରୁ ବାହାର କରି ଆଣିପାରିଛି ।

ଭାରତର ଦମଦାର ବ୍ୟାଟିଂ, ଇଂଲଣ୍ଡ ନିରାଶ । ଭାରତ- ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ ‘ଡ୍ର’ରେ ଶେଷ । କମାଲ କରିଦେଲେ ଜାଡ଼େଜା ଓ ୱାଶିଂଟନ ସୁନ୍ଦର । ଟେଷ୍ଟ ମ୍ୟାଚ୍ ର ଶେଷ ଦିନରେ, ଟିମ୍ ଇଣ୍ଡିଆ ଶୁଭମନ ଗିଲ୍, ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ।  ୩ ବ୍ୟାଟର ଜବରଦସ୍ତ ଶତକ ହାସଲ କରି ଇଂଲଣ୍ଡର ଅଗ୍ରଣୀକୁ ଟପିଯାଇଥିଲେ । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟରମାନେ ଦିନସାରା ବ୍ୟାଟିଂ କରି ପରାଜୟକୁ ଏଡାଇ ଦେଇଛନ୍ତି । ଏହି ମ୍ୟାଚ୍ ଭାରତ ପାଇଁ ଅନେକ ଦୃଷ୍ଟିରୁ ଐତିହାସିକ ଥିଲା ।

ପ୍ରଥମ ଇନିଂସରେ ୬୬୯ ରନ କରିବା ପରେ, ଇଂଲଣ୍ଡ ଭାରତ ସମ୍ମୁଖରେ ୩୧୧ ରନର ଲିଡ୍ ରଖିଥିଲା ।  ଯାହାର ଜବାବରେ ଭାରତୀୟ ଦଳ ପ୍ରଥମ ଓଭରରେ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରି ପରିସ୍ଥିତିରେ ଭାରତ ଇନିଂସ ହାରିବା ଆଶଙ୍କା ଦେଖା ଦେଇଥିଲା । ଏହାପରେ କେଏଲ ରାହୁଲ ଏବଂ ଗିଲଙ୍କ ମଧ୍ୟରେ ୧୮୮ ରନର ପାର୍ଟନର୍ସିପ୍ ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା ।  ପରବର୍ତ୍ତୀ ସମୟରେ ଜାଡେଜା ଏବଂ ସୁନ୍ଦର ଦୁହେଁ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ପ୍ରଦର୍ଶନ କରି ଇଂଲଣ୍ଡକୁ ବିଜୟୀ ହେବାରୁ ରୋକିଥିଲେ ।  ଏପଟେ ଟେଷ୍ଟ ସିରିଜ୍ ରେ ୭୦୦ ରନ୍ ସଂଗ୍ରହ କରି ରେକର୍ଡ କଲେ ଭାରତୀୟ ଅଧିନାୟକ । ପ୍ରଥମ ଏସୀୟ ବ୍ୟାଟ୍ସମ୍ୟାନ ଭାବେ ଇଂଲଣ୍ଡ ଟେଷ୍ଟ ସିରିଜରେ ୭୦୦ ରନ୍ ପୂରଣ କଲେ । ୨୦୦୬ରେ ପାକିସ୍ତାନର ମହମ୍ମଦ ୟୁସୁଫ ୬୩୧ ରନ କରି ରେକର୍ଡ ନିଜ ନାଁରେ ରଖିଥିଲେ ।