ସୁଟିଂରେ କମାଲ୍ କରିଛନ୍ତି ଭାରତୀୟ ପାରାସୁଟର, ମନୀଷଙ୍କୁ ସ୍ବର୍ଣ୍ଣ ଏବଂ ସିଂହରାଜଙ୍କୁ ମିଳିଲା ରୌପ୍ଯ

ଟୋକିଓ ପାରା ଅଲିମ୍ପିକ୍ସରେ ୧୧ ଦିନରେ ଭାରତ ଉପରେ ପଦକ ବର୍ଷା ହୋଇଛି। ସୁଟିଂରେ କମାଲ କରିଛନ୍ତି ଭାରତୀୟ ପାରାସୁଟର । ଭାରତକୁ ଆଉ ୨ଟି ପଦକ ହାସଲ ହୋଇଛି । ମନୀଷ ନରୱାଲ ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି । ୫୦ ମିଟର ପିସ୍ତଲ ଏସଏଚ୍-୧ରେ ଉଭୟ ପଦକ ଜିତିଛନ୍ତି । ୩ଟି ସ୍ଵର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି । ଦୁଇ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଏହି ଉଭୟ ପାରା ସୁଟର ଫରିଦାବାଦର । ଯୋଗ୍ୟତା ପର୍ଯ୍ୟାୟରେ ସିଂହରାଜ ୫୩୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବାବେଳେ ମନୀଷ ନରୱାଲ ୫୩୩ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଏହା ସହିତ ୧୯ ବର୍ଷୀୟ ମନୀଷ ନରୱାଲ ଟୋକିଓ ପାରାଲିମ୍ପିକ୍ସରେ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୂର୍ବରୁ ଅବନୀ ଲାଖେରାଙ୍କୁ ଦୁଇଟି ପଦକ ମିଳିସାରିଛି ।

Leave A Reply

Your email address will not be published.