ଭାରି ରାଗିଛନ୍ତି ମନୋଜ ତିଓ୍ଵାରୀ

ନୂଆଦିଲ୍ଲୀ : ରାଗିଛନ୍ତି କ୍ରିକେଟର ମନୋଜ ତିଓ୍ଵାରୀ। ବସିସିଆଇ ବିରୋଧରେ କଲେ ବିଷୋଦଗାର । ପଶ୍ଚିମବଙ୍ଗ ରଣଜୀ ଦଳର ଅଧିନାୟକ ମନୋଜ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳରେ ତ ସ୍ଥାନ ପାଇ ନଥିଲେ ଏବେ ଦଲୀପ ଟ୍ରଫି ଟିମ୍‌ରେ ତାଙ୍କୁ ନିଆଯାଇ ନାହିଁ । ତେଣୁ ବିସିସିଆଇ ଉପରେ ପୂରା ଖପ୍ପା ଅଛନ୍ତି ମନୋଜ ।

MANOJ TIWARI

ଗତ ଘରୋଇ କ୍ରିକେଟ୍ ସିଜିନ୍‌ରେ ୧୨୬.୭୦ ହାରରେ ମନୋଜ ତିଓ୍ଵାରୀ ୫୦୭ ରନ୍ ସ୍କୋର କରିଛନ୍ତି । ଯାହା ସର୍ବାଧିକ ଏବଂ ଏକ ରେକର୍ଡ଼ । ତଥାପି ତାଙ୍କୁ ଘୋଷଣା ହୋଇଥିବା ୪ଟି ଦଳ ମଧ୍ୟରୁ କୌଣସିଟିରେ ନିଆଯାଇ ନାହିଁ । ଏହା ପୂର୍ବରୁ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ହାସଲ କରିବା ପରେ ଦିନିକିଆ ଦଳରୁ ବାଦ୍ ପଡ଼ିଥିଲେ । ତେଣୁ ତାଙ୍କ ପ୍ରତି ଅବହେଳା ଓ ଅଣଦେଖା କରାଯାଉଛି ବୋଲି ମନୋଜ ଅଭିଯୋଗ କରିଛନ୍ତି । ଏମିତକି ସୋସିଆଲ ମିଡିଆରେ ସେ ନିଜର ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.