ଫ୍ଲପ କ୍ରିକେଟରଙ୍କ ତାଲିକାରେ ମନୋଜ ତିଓ୍ଵାରୀଙ୍କ ନାମ ଆସିବାରୁ ରାଗିଗଲେ ପତ୍ନୀ, କହିଲେ ଏମିତି କଥା

ଭାରତୀୟ କ୍ରିକେଟର ମନୋଜ ତିଓ୍ଵାରୀ ଘରୋଇ କ୍ରିକେଟରେ ଲଗାତାର ଭଲ ଖେଳୁଥିଲେ ମଧ୍ୟ ତାଙ୍କୁ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ଅଧିକାଂଶ ମ୍ୟାଚ ଖେଳିବାର ସୁଯୋଗ ମିଳୁନାହିଁ। ଆଘାତ ଯୋଗୁଁ ମନୋଜ ଟିମ ଇଣ୍ଡିଆର ଅନେକ ମ୍ୟାଚରୁ ବାଦ୍‌ ପଡୁଛନ୍ତି। ମନୋଜ ୨୦୦୮ରେ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚରେ ଡେବ୍ୟୁ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ୧୨ଟି ଏକ ଦିବସୀୟ ଏବଂ ତିନିଟି ଟି ୨୦ ମ୍ୟାଚ ଖେଳିଛନ୍ତି। ନିକଟରେ ମେନାଜଙ୍କ ପତ୍ନୀ ସୁସ୍ମିତା ରାୟ ‘ଆଇପିଏଲ ଫ୍ରିକ୍‌’ ନାମକ ଏକ କ୍ରିକେଟ ଫ୍ୟାନ ପେଜର ସ୍କ୍ରିନସର୍ଟ ପୋଷ୍ଟ କରିଛନ୍ତି, ଯେଉଁଥିରେ ଭାରତର ଫ୍ଲପ କ୍ରିକେଟର୍ସ ଇଲେଭେନରେ ବଙ୍ଗଳାର ଏହି କ୍ରିକେଟରଙ୍କ ନାମ ସାମିଲ ରହିଥିଲା। ଯାହାକୁ ଦେଖି ମନୋଜଙ୍କ ପତ୍ନୀ ଖୁବ ଜୋରରେ ରାଗିଯାଇଥିଲେ ଏବଂ ପ୍ରୋଫାଇଲ ତିଆରି କରିଥିବା ବ୍ୟକ୍ତିଙ୍କ ଉପରେ କ୍ରୋଧିତ ହୋଇ ତଥ୍ୟ ଯାଞ୍ଚ କରିବାକୁ କହିଥିଲେ।

sushmita

ସୁସ୍ମିତା ଲେଖିଥିଲେ, ‘ଆପଣ ଯିଏବି ହୁଅନ୍ତୁ, କିନ୍ତୁ ଆପଣଙ୍କ ଏମିତି ସାହସ କେମିତି ହେଲା। ମୋ ସ୍ୱାମୀଙ୍କ ନାମ କିପରି ଫ୍ଲପ କ୍ରିକେଟର ତାଲିକାରେ ଲେଖିଛନ୍ତି। ଭଲ ହେବ ଆପଣ ପ୍ରଥମେ ତଥ୍ୟ ଯାଞ୍ଚ କରିବା ପରେ ପୋଷ୍ଟ କରନ୍ତୁ। ଏହା କହିବା ପରେ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ କରିଦେଇଛନ୍ତି।

୨୦୨୦ରେ, ମନୋଜ ରଣଜୀ ଟ୍ରଫି ଖେଳି ବଙ୍ଗଳା ପାଇଁ ନିଜର ପ୍ରଥମ ତ୍ରିଶତକ କରିଥିଲେ। ମନୋଜ ଆଇପିଏଲରୁ କେକେଆର ପକ୍ଷରୁ ଖେଳୁଥିଲେ। ସେ ଆଇପିଏଲରେ ୯୮ଟି ମ୍ୟାଚରେ ୧,୬୯୫ ରନ କରିଛନ୍ତି। ଏହାଛଡା ସେ ୧୫୦ରୁ ଅଧିକ ଦିନିକିଆ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୫,୪୬୬ ରନ କରିଛନ୍ତି।

Leave A Reply

Your email address will not be published.