ପ୍ୟାରିସ ଅଲିମ୍ପିକ୍ସ ୨୦୨୪ : ଭାରତକୁ ମିଳିଲା ଦ୍ୱିତୀୟ ବ୍ରୋଞ୍ଜ, ମନୁ ଏବଂ ସରବଜୋତ ଜିତିଲେ ପଦକ

ପ୍ୟାରିସ ଅଲିମ୍ପିକ୍ସରେ ଚତୁର୍ଥ ଦିନରେ ମନୁ ଭାକର ଏବଂ ସରବଜୋତ ସିଂ ବ୍ରୋଞ୍ଜ ପଦକ ଜିତିଛନ୍ତି । ଦୁହେଁ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି । ଦୁହେଁ କୋରିଆର ମିକ୍ସଡ ଟିମ୍‌କୁ ହରାଇଛନ୍ତି ମନୁ ଭାକର ଏବଂ ସରବଜୋତ । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତୀୟ ଯୋଡ଼ି ପ୍ରତିପକ୍ଷ ଦକ୍ଷିଣ କୋରିଆର ଯୋଡ଼ି ଓହ ୟେ ଜିନ ଓ ଲୀ ବୋନହୋଙ୍କୁ ୧୬-୧୦ ବ୍ୟବଧାନରେ ପରାସ୍ତ କରିଥିଲେ । ଏହା ଫଳରେ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୨ରେ ପହଞ୍ଚିଛି । ପୂର୍ବରୁ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ ।

୧୯୦୦ ଅଲିମ୍ପିକ୍ସରେ ବ୍ରିଟିଶ-ଇଣ୍ଡିଆନ୍ ଆଥ୍‌ଲେଟ୍‌ ନୋରମାନ ପ୍ରିଚାର୍ଡ ଦୁଇଟି ରୌପ୍ୟ ପଦକ ଜିତିଥିଲେ । ସେ ୨୦୦ ମିଟର ସ୍ପ୍ରିଣ୍ଟ ଓ ୨୦୦ ମିଟର ହର୍ଡଲ୍ସରେ ଏହି ପଦକ ଜିତିଥିଲେ ।

ଗତ ୨୦ ବର୍ଷ ମଧ୍ୟରେ ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥ୍‌ଲେଟ୍ ଯିଏ ଅଲିମ୍ପିକ୍ସରେ ଶୁଟିଂର ଫାଇନାଲରେ ପହଞ୍ଚିଛନ୍ତି । ତାଙ୍କ ପୂର୍ବରୁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତର ସୁମା ଶିରୁରୁ ଶୁଟିଂର ଫାଇନାଲରେ ପହଞ୍ଚିଥିଲେ ।

ମନୁ ଭାକର ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଥମ ମହିଳା ଆଥଲେଟ୍‌ । ମାତ୍ର ୨୨ ବର୍ଷ ବୟସରେ ଅଲିମ୍ପିକ୍ସ ପଦକ ଆଣିଥିଲେ ମନୁ । ସେ ପ୍ରଥମ ଷ୍ଟେଜରେ ୫୦.୪ ସ୍କୋର ଏବଂ ଦ୍ୱିତୀୟରେ ୧୦୧. ୭ ସ୍କୋରରେ ପହଞ୍ଚିଥିଲେ । ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଥିଲେ । ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିଥିଲେ ।