ପ୍ୟାରିସ ଅଲିମ୍ପିକ୍ସ ୨୦୨୪ : ଭାରତକୁ ମିଳିଲା ପ୍ରଥମ ପଦକ, ସୁଟର ମନୁ ଭାକର ଜିତିଲେ ବ୍ରୋଞ୍ଜ

ପ୍ୟାରିସରେ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ । ସୁଟର ମନୁ ଭାକର ଜିତିଲେ ବ୍ରୋଞ୍ଜ ପଦକ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଜିତିଲେ ପଦକ । ସେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଭଲ ଖେଳିଥିଲେ ।

ମନୁ ଭାକର ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଥମ ମହିଳା ଆଥଲେଟ୍‌ । ମାତ୍ର ୨୨ ବର୍ଷରେ ଅଲିମ୍ପିକ୍ସ ପଦକ ଆଣିଲେ ମନୁ । ସେ ପ୍ରଥମ ଷ୍ଟେଜରେ ୫୦.୪ ସ୍କୋର ଏବଂ ଦ୍ୱିତୀୟରେ ୧୦୧. ୭ ସ୍କୋରରେ ପହଞ୍ଚିଥିଲେ । ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆ ପାଖକୁ ଯାଇଛି।

ସୁଟିଂରେ ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଥମ ମହିଳା ହେଲେ ମନୁ । ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି । ତାଙ୍କ ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ କରିଥିଲେ ହେଁ ଫାଇନାଲ ରାଉଣ୍ଡରେ ପ୍ରବେଶ କରି ପାରି ନଥିଲେ ।