ଅଲିମ୍ପିକ୍ସ : ବକ୍ସିଂରେ ମଉଳିଲା ଭାରତର ନିଶ୍ଚିତ ପଦକ ଆଶା, ପ୍ରି କ୍ୱାର୍ଟର ରାଉଣ୍ଡରେ ହାରିଲେ ମ୍ୟାରିକମ

୬ ଥରର ବିଶ୍ୱ ଚମ୍ପିୟାନ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଏମ.ସି ମ୍ୟାରିକମ ଚଳିତ ଥରର ପ୍ରି କ୍ୱାର୍ଟର ରାଉଣ୍ଡରେ ହାରି ଯାଇଛନ୍ତି । ମହିଳା ଫ୍ଲାଏବେଟ (୪୮-୫୧କିଗ୍ରା) ବର୍ଗରେ କଲମ୍ବିଆର ବକ୍ସର ଓ ୨୦୧୬ ର ରିଓ ଅଲିମ୍ପିକ ମେଡଲିଷ୍ଟ ଇଙ୍ଗିତ ବେଲେନସିୟାଙ୍କ ଠାରୁ ୩-୨ ସେଟରେ ପରାସ୍ତ ହୋଇଛନ୍ତି ମ୍ୟାରିକମ । ଖବର ଅନୁଯାୟୀ ୩୮ ବର୍ଷୀୟ ମ୍ୟାରିକମ ପ୍ରଥମ ସେଟରେ ହାରିବା ପରେ ଜବରଦସ୍ତ ପ୍ରଦର୍ଶନ କରି ଦ୍ଵିତୀୟ ସେଟ ନିଜ ନାଁରେ କରିଥିଲେ । କିନ୍ତୁ ଶେଷ ସେଟରେ ମ୍ୟାରିକମଙ୍କୁ ହରାଇଥିଲେ ଇଙ୍ଗିତ ।

କହିରଖିବା ଉଚିତ ହେବକି, ପୂର୍ବ ରାଉଣ୍ଡରେ ମ୍ୟାରିକମ ଡୋମିନିକା ରିପବ୍ଲିକର ମିଗୁଏନିଆ ହରନାଡ଼ିଜ ଗାର୍ସିୟାଙ୍କୁ ୪-୧ ସେଟରେ ପରାସ୍ତ କରିଥିଲେ ମ୍ୟାରୀ । ନିଜ ଠାରୁ ୧୫ ବର୍ଷ ସାନ ମିଗୁଏନିଆଙ୍କୁ ହରାଇ ପ୍ରି- କ୍ୱାର୍ଟର ରାଉଣ୍ଡରେ ପ୍ରବେଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.