ଅଲିମ୍ପିକ୍ସ ଆଡକୁ ପାଦେ, ୯-୧ରେ ନିଖତ୍‌ ଜରିନ୍‌ଙ୍କୁ ପରାସ୍ତ କଲେ ମେରି କମ୍‌

ନୂଆଦିଲ୍ଲୀ : ୬ ଥରର ବିଶ୍ୱବିଜେତା ମେରି କମ୍‌ ୨୦୨୦ ଚୀନ୍‌ ଅଲିମ୍ପିକ୍ସ ଆଡକୁ ଆଉ ପାଦେ ଆଗେଇଲେ । ୫୧ କେଜି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନିଖତ୍‌ ଜରିନ୍‌ଙ୍କୁ ପରାସ୍ତ କରିଛନ୍ତି । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ କିଏ ପ୍ରତିଦ୍ୱିନ୍ଦିତା କରିବ ତାକୁ ନେଇ ତାର ନିର୍ଣ୍ଣୟ ପାଇଁ ଏହି ମ୍ୟାଚ୍‌ ହୋଇଥିଲା । କାରଣ ନିଖତ୍‌ ମଧ୍ୟ ଖେଳିବା ପାଇଁ ଦାବି କରିଥିଲେ । ମାରିକମ୍‌ ନିଖତଙ୍କୁ ୯-୧ ରେ ପରାସ୍ତ କରିଛନ୍ତି । ରିଙ୍ଗ୍‌ ବାହାରେ ଉଭୟଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ମଧ୍ୟ ହୋଇଥିଲା । ମ୍ୟାଚ ପରେ ସୌଜନ୍ୟମୂଳକ ଭାବେ ଉଭୟ ଉଭୟଙ୍କୁ ଶୁଭେଛା ଜଣାଇବା କଥା । ନିଖତ ତାଙ୍କୁ ଆଲିଙ୍ଗନ କରିବାକୁ ଆସିବା ବେଳେ ମାରିକମ୍‌ ପ୍ରତ୍ୟାଖ୍ୟାନ କରିଥିଲେ । ନିଖତ୍‌ କହିଛନ୍ତି, ବଡ଼ମାନେ ସାନ ମାନଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.