ବକ୍ସିଂ : ମେରୀ କମ୍ ବନାମ ରାଜ୍ୟବର୍ଦ୍ଧନ, ଜିତିଲା କିଏ ?

ନୂଆଦିଲ୍ଳୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ବକ୍ସିଂ ଫାଇଟିଂ । ଲଢୁଥିଲେ ଅଲିମ୍ପିକ୍ ଚାମ୍ପଅନ୍ ମହିଳା ବକ୍ସ ମେରୀ କମ୍ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର । ଆଉ ମଜା ନେଉଥିଲେ ସେଠାରେ ଉପସ୍ଥିତ ଥିବା ଖେଳାଳି ଓ କୋଚ୍ । ରାଜ୍ୟବର୍ଦ୍ଧନ ଜଣେ ପେସାଦାର ମକ୍ସର ଭଳି ମେରୀ କମଙ୍କୁ ପଞ୍ଚ୍ ମାରିବାକୁ ଚେଷ୍ଟା କରୁଥିଲେ । ଆଉ ତାଙ୍କ ଆକ୍ରମଣରୁ ବର୍ତ୍ତି ପ୍ରତିଆକ୍ରମଣ କରୁଥିଲେ ମେରୀ । ଅବଶ୍ୟ ଏସବୁ ଚାଲିଥିଲା ମଜାରେ ।
ଆସନ୍ତା ନଭେମ୍ବର ୧୫ରୁ ୨୪ ତାରିଖ ଯାଏ ଦିଲ୍ଲୀରେ ଆୟୋଜିତ ହେବ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଏଆଇବିଏ)ର ମହିଳା ବିଶ୍ବ ବକ୍ସିଂ ପ୍ରତିଯୋଗିତା । ଏଥିରେ ଭାଗ ନେବାକୁ ଥିବା ଭାରତୀୟ ଦଳର ଏଠାରେ ତାଲିମ ଶିବିର ଚାଲିଛି । ଏହାକୁ ପରିଦର୍ଶନ କରିବାକୁ ଆସିଥିବା ବେଳେ କ୍ରୀଡ଼ା ମନ୍ତ୍ରୀ ମୁହାଁମୁହିଁ ହୋଇଥିଲେ ମେରୀ କମଙ୍କ ସହିତ । ଏହି ଅବସରରେ ରାଜ୍ୟବର୍ଦ୍ଧନ ଖେଳାଳି ଓ କୋଚମାନଙ୍କ ସହ ଆଲୋଚନା କରିଥିଲେ ଏବଂ ପ୍ରତିଯୋଗିତାର ଥିମ୍ ସଙ୍ଗ ଓ ଲୋଗୋ ଉନ୍ମୋଚନ କରିଥିଲେ । ଚାମ୍ପିଅନସିପରୁ ଭାରତୀୟ ମହିଳା ଦଳ ନିଶ୍ଚୟ ସ୍ବର୍ଣ୍ଣ ପଦକ ଜିତତିବ ବୋଲି କୋଚ୍ ଆଶା ରଖିଛନ୍ତି । କ୍ରୀଡ଼ାମନ୍ତ୍ରୀ ଏବଂ ଅନ୍ୟ ଅତିଥିମାନେ ଏଥିଲାଗି ଦଳକୁ ଶୁଭ କାମନା ଜଣାଇଥିଲେ ।
#WATCH: Sports Minister Rajyavardhan Singh Rathore in a friendly boxing bout with boxing champion Mary Kom at Indira Gandhi Stadium in Delhi. pic.twitter.com/NXRaxqAkPQ
— ANI (@ANI) November 1, 2018