ପୁଣି ଇତିହାସ ସୃଷ୍ଟି କଲେ ଭାରତୀୟ ମହିଳା ବକ୍ସର ମେରି କମ୍‌ , ଜିତିଲେ ବିଶ୍ୱ ଚାମ୍ପିଅନ ଟାଇଟଲ

ଭୁବନେଶ୍ବର (କେନ୍ଯୁଜ୍ ) : ଇତିହାସ ସୃଷ୍ଟି କଲେ ଭାରତୀୟ ମହିଳା ବକ୍ସର ମେରି କମ୍‌ । ଷଷ୍ଠ ଥର ବିଶ୍ୱ ଚାମ୍ପିଅନ ଟାଇଟଲ ହାସଲ କଲେ। ୪୮ କିଲୋଗ୍ରାମ ବର୍ଗରେ ସେ ୟୁକ୍ରେନର ହେନା ଓଖୋଟାଙ୍କୁ ହରାଇ ଚାମ୍ପିଅନ ହେଲେ। ୩୫ ବର୍ଷୀୟ ମେରି କମ୍‌ ଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଏକ ତରଫା ଭାବେ ୫-୦ ରେ ମ୍ୟାଚ୍‌  ଜିତି ନେଇଥିଲେ। ହେନା ଓଖୋଟାଙ୍କୁ ୨୨ ବର୍ଷ। ତାଙ୍କଠାରୁ ୧୩ ବର୍ଷ ଅଧିକ ବୟସ୍କ ମେରି କମ୍‌। ତଥାପି ଯୁବ ଖେଳାଳିଙ୍କୁ ହରାଇ ତାଙ୍କ ବକ୍ସିଂ ପ୍ରତି ଥିବା ନିଷ୍ଠା ଓ ଉଦ୍ୟମକୁ ସବୁ ମହଲରୁ ପ୍ରଶଂଶା କରାଯାଉଛି।

Boxer MC Mary Kom

ପୂର୍ବରୁ ମେରି କମ୍‌  ୫ ଥର ବିଶ୍ୱ ଚାମ୍ପିଅନ ଥିଲେ। ୨୦୧୦ରେ ଶେଷ ଥର ପାଇଁ ଜିତିଥିଲେ ସ୍ୱର୍ଣ୍ଣ। ଏହାସହ ୨୦୦୨, ୨୦୦୫, ୨୦୦୬ ଓ ୨୦୦୮ରେ ଜିତିଥିଲେ ସ୍ୱର୍ଣ୍ଣ ପଦକ। ଆଜିର ବିଜୟ ସହ ମହିଳା ବକ୍ସିଂରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ମେରି କମ୍‌ । ଆୟରଲାଣ୍ଡର କେଟି ଟେଲରଙ୍କ ୫ ଥରର ବିଶ୍ୱ ଚାମ୍ପିଅନ ହେବାର ରେକର୍ଡ ଭାଙ୍ଗିଛନ୍ତି। ଏହାସହ ବିଶ୍ୱ ଚାମ୍ପିଅନ ଇତିହାସରେ ପୁରୁଷ ବକ୍ସର ଫେଲିକ୍ସ ସେଭେନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସେଭେନ ମଧ୍ୟ ଛଅ ଥର ବିଶ୍ୱ ଚାମ୍ପିଅନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like