୫୨ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର

କ୍ରିକେଟ୍ ଦୁନିଆରେ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପତିଆରା ବିସ୍ତାର କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ଜନ୍ମ ଦିନ । ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି ସଚିନ୍ । ମାତ୍ର ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ରଖିଥିବା ସଚିନ୍ ୪୦ ବର୍ଷର ହେବା ପରେ ହିଁ ନିଜ ବ୍ୟାଟକୁ ଦେଇଥିଲେ ଆରାମ୍ । କେବେ ଥକି ନଥିବା ଏହି ଯାତ୍ରା ସମୟରେ ସଚିନ୍ ଏତେ ଇତିହାସ ରଚିଯାଇଛନ୍ତି ଯେ ତାଙ୍କୁ ‘କ୍ରିକେଟର ଭଗବାନ୍’ ବୋଲି କୁହାଯାଏ ।
ମୁମ୍ବାଇର ବାନ୍ଦ୍ରାରେ ଥିବା ସାହିତ୍ୟ ସହବାସ କଲୋନୀରେ ସଚିନଙ୍କ ପିଲାଦିନ ବିତିଛି । ଛୋଟବେଳରୁ କ୍ରିକେଟ ପ୍ରତି ସଉକ ରଖୁଥିଲେ ଏବଂ ବହୁତ ଦୁଷ୍ଟ ଥିଲେ ସଚିନ । ସଚିନ ବିନୋଦ କାମ୍ବଲିଙ୍କ ସହିତ ସ୍କୁଲ କ୍ରିକେଟରେ ହିଁ ଓ୍ଵାଲର୍ଡ ରେକର୍ଡ କରିଥିଲେ । ଦୁହେଁ ଶାରତାଶ୍ରମ ସ୍କୁଲ ପାଇଁ ଖେଳି ତୃତୀୟ ଓ୍ଵିକେଟର ୬୬୪ ରନ୍ କରିଥିଲେ ।
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬୬୪ଟି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ମଧ୍ୟରେ ୩୪,୩୫୭ ରନ କରିଛନ୍ତି । ଏହି ସମୟରେ ସଚିନ ୧୦୦ଟି ଶତକ ଏବଂ ୧୬୪ ଅର୍ଦ୍ଧଶତକ କରିଥିଲେ । ଏହାସହିତ ନିଜ ନାମରେ ୨୦୧ରେ ଓ୍ଵିକେଟ ମଧ୍ୟ ହାସଲ କରିଛନ୍ତି ।
୨୪ ଏପ୍ରିଲ୍ ୧୯୭୩ ଦିନ ପ୍ରାୟ ୧ଟା ବେଳକୁ ମୁମ୍ବାଇର ଶିବାଜୀ ପାର୍କ ରାଣାଡେ ରୋଡ ସ୍ଥିତ ନିର୍ମଳା ନର୍ସିଂ ହୋମରେ ସଚିନଙ୍କ ଜନ୍ମ ହୋଇଥିଲା । ସଚିନ୍ ୨୪ ନଭେମ୍ବର ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ହାଫ୍ ସେଞ୍ଚୁରୀ (୫୯) ରନ୍ କରିଥିଲେ । ପାକିସ୍ତାନ୍ ବିପକ୍ଷରେ ନିଜର ପ୍ରଥମ ପାଳିରେ ହିଁ ସବୁଠାରୁ କମ୍ ବୟସରେ ଏହି କାରନାମା କରିଦେଖାଇଥିଲେ ସଚିନ୍ । ଦକ୍ଷିଣ ଆଫ୍ରିକା ବିରୋଧରେ ସଚିନ୍ ୨୦୦ରନର ଏକ ଦମଦାର ଇନିଂସ୍ ଖେଳି ୱାନ୍ ଡେ କ୍ରିକେଟର ୩୯ ବର୍ଷର ଇତିହାସରେ ପ୍ରଥମ ଡବଲ୍ ସେଞ୍ଚୁରୀ ଲଗାଇଥିଲେ ।
ମାତ୍ର ୧୭ ବର୍ଷ ବୟସରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଶତକ କରିଥିଲେ ସଚିନ । ଦିନିକିଆ ମ୍ୟାଚରେ ୧୯୯୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଶତକ ମାରିଥିଲେ।
ସଚିନ୍ ୨୪ ମେ ୧୯୯୫ ରେ ଅଞ୍ଜଳୀଙ୍କୁ ବିବାହ କରିଥିଲେ ସଚିନ୍ । ତେବେ ଅଞ୍ଜଳୀଙ୍କଠାରୁ ୬ ବର୍ଷ ସାନ ସଚିନ୍ । ଉଭୟଙ୍କ ନିର୍ବନ୍ଧ ୧୯୯୪ରେ ନ୍ୟୁଜିଲାଣ୍ଡରେ ହୋଇଥିଲା । ସଚିନଙ୍କ ଗୋଟିଏ ପୁଅ ଏବଂ ଝିଅ ରହିଛନ୍ତି ।
Also Read : ୱିଜଡନ ଆୱାର୍ଡସ : ଜସପ୍ରୀତ ବୁମରା ଏବଂ ସ୍ମୃତି ମନ୍ଧାନା ସର୍ବଶ୍ରେଷ୍ଠ କ୍ରିକେଟର, ଟି୨୦ ପାଇଁ ଚୟନ ହେଲେ ନିକୋଲସ…