ବିମାନରେ ବିଗିଡ଼ି ଗଲା ମୟଙ୍କ ଅଗ୍ରଓ୍ଵାଲଙ୍କ ଦେହ, ଏବେ ଆଇସିୟୁରେ

ମୟଙ୍କ ଅଗ୍ରଓ୍ଵାଲ ଅଚାନକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଖେଳାଳି ମୟଙ୍କ ଅଗ୍ରଓ୍ଵାଲ ଅଚାନକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ବିମାନରେ ବସିବା ପରେ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଯାଇଛି । ତେବେ ତାଙ୍କର କଣ ହୋଇଛି ସେ ବିଷୟରେ ସ୍ପଷ୍ଟ ଭାବେ ଜଣା ପଡ଼ି ନାହିଁ ।

ସୂଚନା ଅନୁସାରେ କର୍ଣ୍ଣାଟକ କ୍ରିକେଟ୍‌ ଟିମର ଅଧିନାୟକ ମୟଙ୍କ ଦଳ ସହ ତ୍ରିପୁରା ରାଜଧାନୀ ଅଗରତାଲା ଠାରେ ରଣଜୀ ମ୍ୟାଚ୍‌ ଖେଳୁଥିଲେ । ଗତ କାଲି ମ୍ୟାଚ୍‌ ଶେଷ ହେବା ପରେ ଆଜି ଫେରୁଥିଲେ । ହେଲେ ବିମାନରେ ବସିବା ପରେ କଣ ହେଲା କେଜାଣି ସେ ପୂରା ଅସୁସ୍ଥ ହୋଇପଡ଼ିଲେ । ତାଙ୍କ ମୁହଁ ଓ ଗଳାରେ ଯନ୍ତ୍ରଣା ହେଉଥିଲା । ସେ ଏକଥା ଜଣାଇବା ପରେ ତାଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଆଗଲା ଏବଂ ଡାକ୍ତରଖାନା ନିଆଯାଇଥିଲା । ତେବେ ବର୍ତ୍ତମାନର ଖବର ଅନୁସାରେ ତାଙ୍କ ଅବସ୍ଥା ସ୍ଥିର ରହିଛି ।

ମୟଙ୍କ କର୍ଣ୍ଣାଟକ ଟିମ୍‌ ତ୍ରିପୁରା ସହ ଜାନୁଆରୀ ୨୬ରୁ ୨୯ ଯାଏ ରଣଜୀ ମ୍ୟାଚ୍‌ ଖେଳି ବିଜୟୀ ହୋଇଥିଲା । ମ୍ୟାଚ୍‌ ସରିବା ପରେ ଖେଳାଳିମାନେ ଆଜି ଅଗରତାଲାରୁ ଦିଲ୍ଲୀ ଫେରୁଥିବା ବେଳେ ଏହି ଘଟଣା ଘଟିଛି ।