‘ଖୁବଶୀଘ୍ର ଫେରିବି… ମୟଙ୍କ ଅଗ୍ରଓ୍ଵାଲ ହସପିଟାଲ ବେଡରୁ କଲେ ଫଟୋ ପୋଷ୍ଟ

ମୟଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ମୁଁ ଏବେ ସୁସ୍ଥ ଅନୁଭବ କରୁଛି । ଫେରିବାକୁ ପ୍ରସ୍ତୁତ । ପ୍ରାର୍ଥନା, ଭଲପାଇବା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।

ଭାରତୀୟ ଟିମର ଷ୍ଟାର ବ୍ୟାଟର ମୟଙ୍କ ଅଗ୍ରଓ୍ଵାଲ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଅଗରତାଲାର ଗହନ ଚିକିତ୍ସା ଇକାଇ (ଆଇସିୟୁ)ରେ ଭର୍ତ୍ତି ହୋଇ ହସପିଟାଲ ବେଡରେ ଫଟୋ ସେୟାର କରିଛନ୍ତି । ମୟଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ମୁଁ ସୁସ୍ଥ ଅଛି ଆଉ ଖୁବଶୀଘ୍ର ମଇଦାନକୁ ଫେରିବାକୁ ଉତ୍ସାହିତ ରହିଛି ।

ସେ ଆହୁରି ଲେଖିଛନ୍ତି, ମୁଁ ଏବେ ସୁସ୍ଥ ଅନୁଭବ କରୁଛି । ଫେରିବାକୁ ପ୍ରସ୍ତୁତ । ପ୍ରାର୍ଥନା, ଭଲପାଇବା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।

 

View this post on Instagram

 

A post shared by Mayank Agarwal (@mayankagarawal)

ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ସେ ବେଙ୍ଗାଲୁରୁ ଫେରିଯିବେ । ମାତ୍ର ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ବେଳେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କିଛି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ବୋଲି ଜଣାଯାଇଛି । ଏପରିକି ଗଳାରେ ଯନ୍ତ୍ରଣା ହେତୁ ସେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କଥା କହି ପାରିବେନି ବୋଲି ଡାକ୍ତର କହିଛନ୍ତି ।

ଅଗରତାଲାରୁ ନୂଆଦିଲ୍ଲୀକୁ ଯାଉଥିବା ବିମାନରେ ମୟଙ୍କ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ମୟଙ୍କ ପୋଲିସରେ ଅଭିଯୋଗ କରି କହିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଛି ବୋଲି କହିଛନ୍ତି । ସେ ବିମାନରେ ଯାତ୍ରା କରୁଥିବା ବେଳେ ଇଣ୍ଡିଗୋର ସିଟରେ ଏକ ପାଉଚ ରଖାଯାଇଥିଲା । ଏହାକୁ ପାଣି ଭାବି ସେ ପିଇଦେଇଥିଲେ । ଏହାକୁ ପିଇବା ପରେ ଅସୁସ୍ଥ ହୋଇପଡିଥିଲେ ମୟଙ୍କ । ମୟଙ୍କ ଏହାକୁ ପିଇବା ପରେ ତାଙ୍କ ପାଟି ଜଳିବାକୁ ଲାଗିଥିଲା । ସେ କିଛି କରିପାରିନଥିଲେ । ମୟଙ୍କ ନିଜ ମ୍ୟାନେଜର ଜରିଆରେ ପୋଲିସରେ ଏକ ଔପଚାରିକ ଅଭିଯୋଗ କରିଛନ୍ତି ।

୩୨ ବର୍ଷୀୟ ମୟଙ୍କ ଭାରତୀୟ ଟିମ ପାଇଁ ୨୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ମୟଙ୍କ କର୍ଣ୍ଣାଟକ ଟିମ୍ ତ୍ରିପୁରା ସହ ଜାନୁଆରୀ ୨୬ରୁ ୨୯ ଯାଏ ରଣଜୀ ମ୍ୟାଚ୍ ଖେଳି ବିଜୟୀ ହୋଇଥିଲା ।