IPL 2020: ଷ୍ଟିଆର୍ଟ ବିନ୍ନି-ମୟନ୍ତି ଲାଙ୍ଗରଙ୍କ ଘରକୁ ଆସିଲା ନୂଆ ଅତିଥି, ସୋସିଆଲ ମିଡିଆରେ ସେୟାର କଲେ ନବଜାତକର ଫଟୋ

ଆଇପିଏଲ ୨୦୨୦ ପାଇଁ ସ୍ପୋର୍ଟସ ଆଙ୍କରମାନଙ୍କ ନାମ ଯେବେ ଘୋଷଣା ହୋଇଥିଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ, ପ୍ରସାରଣକର୍ତ୍ତା ଷ୍ଟାର ନେଟୱାର୍କ ଆଙ୍କର୍ସ ଲିଷ୍ଟରେ ମୟନ୍ତି ଲାଙ୍ଗରଙ୍କ ନାଁ ସାମିଲ କରି ନ ଥିଲା। ଏବେ ମୟନ୍ତି ଆଇପିଏଲରୁ ବାଦ ପଡ଼ିବାର କାରଣ ପଦାକୁ ଆସିଛି। ପ୍ରକୃତ କଥା ହେଲା, ମୟନ୍ତି ମା’ ହୋଇଛନ୍ତି।

kkc

lk

ସେ ଭାରତୀୟ କ୍ରିକେଟର ଷ୍ଟିଆର୍ଟ ବିନ୍ନିଙ୍କ ସ୍ତ୍ରୀ। ମୟନ୍ତି ସ୍ୱାମୀଙ୍କ ସହିତ ନିଜ ପୁଅର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ କହିଛନ୍ତି କି, ୬ ସପ୍ତାହ ପୂର୍ବରୁ ସେ ମା’ ହୋଇଛନ୍ତି। ମୟନ୍ତି ଓ ବିନ୍ନିଙ୍କ ମଧ୍ୟରେ ୨୦୧୨ରେ ବିବାହ ହୋଇଥିଲା। ତେବେ ମୟନ୍ତି ପୂର୍ବରୁ ଫୁଟବଲ ଏବଂ କ୍ରିକେଟ ୱାର୍ଲଡ କପ ଭଳି ଟୁର୍ଣ୍ଣାମେଣ୍ଟକୁ ହୋଷ୍ଟ କରିଛନ୍ତି। ସେପଟେ ବିନ୍ନି ଭାରତ ପାଇଁ ୬ଟି ଟେଷ୍ଟ, ୧୪ଟି ୱାନ ଡେ ଏବଂ ୩ଟି ଟି୨୦ ମ୍ୟାଚ ଖେଳିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.