କ୍ରୀଡା

ଟି-୨୦ ବିଶ୍ୱକପ ପାଇଁ ଗୁରୁ ଆରମ୍ଭ କଲେ ଶିଷ୍ୟଙ୍କ ଟ୍ରେନିଂ, ଭିଡିଓ ଭାଇରଲ

ଟି-୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହୋଇସାରିଛି ଦଳ। ଆଉ ଖାସ୍‌ ଏଥିପାଇଁ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି ମେଣ୍ଟର ଧୋନୀ। ଧୋନୀ ଚଳିତ ବିଶ୍ୱକପରେ ମେଣ୍ଟର ଦାୟିତ୍ୱରେ ରହିଛନ୍ତି। ଆଉ ଏହି ଦାୟିତ୍ୱ ମିଳିବା ପରେ ଧୋନୀ ନିଜର କାମ ଆରମ୍ଭ କରିଦେଇଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓ୍ଵାର୍ମଅପ ମ୍ୟାଚ ସମୟରେ ଓ୍ଵିକେଟକିପର ଋଷଭ ପନ୍ତଙ୍କ ଟ୍ରେନିଂ କରାଉଥିବା ନଜର ଆସିଛନ୍ତି। ଧୋନୀ ପନ୍ତଙ୍କୁ ଓ୍ଵିକେଟ କିପର ଟ୍ରେନିଂ କରାଉଛନ୍ତି। ଏବେ ସୋସିଆଲ ମିଡିଆରେ ଧୋନୀ ଏବଂ ପନ୍ତଙ୍କ ଏହି ଟ୍ରେନିଂ ଭିଡିଓ ଭାଇରଲ ହେଉଛି। ଏହି ଫଟୋ ଦେଖି ଫ୍ୟାନ ବହୁତ ଖୁସି ରହିଛନ୍ତି। ଫ୍ୟାନଙ୍କ କହିବାନୁଯାୟୀ, ଏଥର ବିଶ୍ୱକପରେ ଧୋନୀଙ୍କ ଓ୍ଵିକେଟକିପିଂ ଟ୍ରେନିଂ ପନ୍ତଙ୍କ ପାଇଁ ବହୁତ କାମରେ ଆସିପାରେ।

ସୂଚନାଯୋଗ୍ୟ, ସୁପର ୧୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେବାର ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ଵାର୍ମଅପ୍‌ ମ୍ୟାଚର ଅଧିନାୟକତ୍ୱ ଦାୟିତ୍ୱ ରୋହିତ ଶର୍ମା ତୁଲାଇଥିଲେ। ଏହି ମ୍ୟାଚରେ ପନ୍ତଙ୍କ ସ୍ଥାନରେ ଈଶାନ କିଶନ ଓ୍ଵିକେଟ କିପିଂ କରିଥିଲେ।

ଏଥର ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଟିମ୍‌ ଇଣ୍ଡିଆ ସହିତ ମେଣ୍ଟର ରୂପେ ରହିବେ। ଏହା ପ୍ରଥମ ଥର ହେବ, ଯେତେବେଳେ ଧୋନୀ ଏହି ଭୂମିକା ନିଭାଇବେ। ଖାସ୍‌ କଥା ହେଉଛି କି, ମହେନ୍ଦ୍ର ସିଂହ ଧୋନୀ ଏଥିପାଇଁ BCCIରୁ କୌଣସି ଫିସ୍‌ ନେବେ ନାହିଁ।

BCCI ସଚିବ ଜୟ ଶାହ ଏକ ନ୍ୟୁଜ୍‌ ଏଜେନ୍ସିକୁ କହିଥିଲେ, ଟି-୨୦ ବିଶ୍ୱକପ୍‌ରେ ମେଣ୍ଟରର ଭୂମିକା ନିଭାଇବା ପାଇଁ ଏମ୍‌ଏସ୍‌ ଧୋନୀ କୌଣସି ଫିସ୍‌ ନେବେ ନାହିଁ। ଜୟ ଶାହ BCCI ତରଫରୁ ଧୋନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହି ରଖୁଛୁ, ଏଥର ଟି-୨୦ ବିଶ୍ୱକପ୍‌ ୟୁଏଇ ଏବଂ ଓମାନରେ ହେଉଛି। ଟିମ୍‌ ଇଣ୍ଡିଆର ପ୍ରଥମ ମ୍ୟାଚ୍‌ ୨୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ରହିଛି।

BCCI ଯେବେ ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରିଥିଲା, ସେବେ ଏହି କଥାର ସୂଚନା ଦିଆଯାଇଥିଲା କି, ଏମ୍‌ଏସ୍‌ ଧୋନୀ ଏଥର ଟିମ୍‌ ଇଣ୍ଡିଆ ସହିତ ମେଣ୍ଟର ରୂପେ କାମ କରିବେ। ଟିମ୍‌ ଇଣ୍ଡିଆ କୋଚ୍‌ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି, ଉପ-ଅଧିନାୟକ ରୋହିତ ଶର୍ମାଙ୍କ ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା।

Swagatika

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

4 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

9 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

23 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago