‘ମୁଁ ଯାହାକୁ ଆଉଟ୍‌ କରିଥିଲି, ସେ ଆଜି ଖେଳାଳିଙ୍କୁ ବ୍ୟାଟିଂ କୋଚିଂ ଦେବ’, ଓ୍ଵାସିମ ଜାଫରଙ୍କୁ ଏମିତି କହିଲେ ମାଇକେଲ ଭାନ୍‌

ଟିମ୍‌ ଇଣ୍ଡିଆର ପୂର୍ବତନ ବ୍ୟାଟର ଓ୍ଵାସିମ ଜାଫରଙ୍କୁ ଆଇପିଏଲ ୨୦୨୩ ରେ ନୂଆ ଦାୟିତ୍ୱ ଦିଆଯାଇଛି। ଓ୍ଵାସିମ ଜାଫରଙ୍କୁ ଆଇପିଏଲ ୨୦୨୩ ପାଇଁ ବ୍ୟାଟିଂ କୋଚ୍‌ ଦାୟିତ୍ୱ ଦିଆଯାଇଛି। ଘରୋଇ କ୍ରିକେଟରେ ଓ୍ଵାସିମ ଜାଫର ବାଂଲାଦେଶର ଅଣ୍ଡର-୧୯ ଟିମର ପରାମର୍ଶଦାତା ଥିଲେ। ଏବେ ଆଇପିଏଲରେ ଯୁବ ଖେଳାଳିଙ୍କୁ ବ୍ୟାଟିଂ ମନ୍ତ୍ର ଦେବେ ଓ୍ଵାସିମ ଜାଫର।

ଏପର୍ଯ୍ୟନ୍ତ ଆଇପିଏଲରେ କୌଣସି ଟ୍ରଫି ଜିତିନି ପଞ୍ଜାବ। ତେଣୁ ପଞ୍ଜାବ କିଙ୍ଗସ ଟିମରେ କୋଚିଂ ଷ୍ଟାଫଙ୍କର ପରିବର୍ତ୍ତନ କରାଯାଇଛି। ଓ୍ଵାସିମ ଜାଫରଙ୍କୁ ଟିମର ବ୍ୟାଟିଂ କୋଚ୍‌ ଦାୟିତ୍ୱ ଦିଆଯାଇଛି। ଟିମ୍‌ ଗତ ସିଜନରେ ପ୍ଲେ ଅଫ ପର୍ଯ୍ୟନ୍ତ ପହଞ୍ଚିନଥିଲା। ପଞ୍ଜାବ ଟିମର କୋଚିଂ ଷ୍ଟାଫରେ ଟ୍ରେଭର େଓ୍ଵଲିସ, ଚାଲର୍ସ ଲିଙ୍ଗଭେଲ୍ଟ, ବ୍ରାଡ ହେଡିନ ସାମିଲ ରହିଛନ୍ତି। ମୟଙ୍କ ଅଗ୍ରଓ୍ଵାଲ ଗତଥର ଟିମର ଅଧିନାୟକ ଦାୟିତ୍ୱରେ ଥିଲେ ଏଥର କିନ୍ତୁ ଶିଖର ଧଓ୍ଵନଙ୍କୁ ଟିମର ଦାୟିତ୍ୱ ଦିଆଯାଇଛି।

ଜାଫର ପଞ୍ଜାବ କିଙ୍ଗସର ବ୍ୟାଟିଂ କୋଚ୍‌ ଦାୟିତ୍ୱ ଦିଆଯିବା ପରେ ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାନ୍‌ ସମାଲୋଚନା କରିଛନ୍ତି। ସେ ଟ୍ଵିଟ୍‌ କରି କହିଛନ୍ତି, ଯାହାକୁ ମୁଁ ଆଉଟ୍‌ କରିଥିଲି, ସେ ଏବେ ବ୍ୟାଟିଂ କୋଚ୍‌ ହୋଇଗଲେ। ମାଇକେଲ ଓ୍ଵାନ ଜାଫରଙ୍କୁ ୨୦୦୨ ସିରିଜରେ ଆଉଟ୍‌ କରିଥିଲେ। ଏହା ମାଇକେଲ ଭାନ୍‌ଙ୍କ ପ୍ରଥମ ଓ୍ଵିକେଟ ଥିଲା ।


୪୪ ବର୍ଷୀୟ ଓ୍ଵାସିମ ଜାଫର ନିଜ କ୍ୟାରିଅରରେ ୩୧ଟି ଟେଷ୍ଟ ଏବଂ ୨ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ୫ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ସହତାରେ ୧୯୪୪ ରନ୍‌ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ନାମରେ ୧୯୧୪୦ ରନ୍‌ କରିବାର ରେକର୍ଡ ରହିଛି ।